ETV Bharat / state

ଖସୁଛି ସଂକ୍ରମଣ, ଦିନକରେ ୬୧୧୮ ପଜିଟିଭ୍ ଚିହ୍ନଟ

author img

By

Published : Jun 7, 2021, 9:05 AM IST

ରାଜ୍ୟରେ ଧିରେ ଧିରେ କମୁଛି ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ୬୧୧୮ କୋରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଲୋକଙ୍କୁ ଆଶ୍ବସ୍ତି । ଧିରେ ଧିରେ କମୁଛି ସଂକ୍ରମଣ । ଜୁନ ପହିଲାରୁ ରାଜ୍ୟରେ କୋରୋନା ସଂକ୍ରମଣରେ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୫୩ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୬୬୫ ଟି ଲୋକାଲ କେସ ରହିଛି ।

ଆଜି(ରବିବାର) ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କଟକରୁ ସର୍ବାଧିକ 640 ରହିଥିବା ବେଳେ ଅନୁଗୋଳରୁ 416, ବାଲେଶ୍ବରରୁ 195, ବରଗଡ଼ରୁ 164, ଭଦ୍ରକରୁ 228, ବଲାଙ୍ଗୀରରୁ 83, ବୌଦ୍ଧରୁ 122, ଦେବଗଡ଼ରୁ 29, ଢେଙ୍କାନାଳରୁ 123, ଗଜପତିରୁ 30, ଗଞ୍ଜାମରୁ 93, ଜଗତସିଂହପୁରରୁ 218, ଯାଜପୁରରୁ 563 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ 86, କଳାହାଣ୍ଡିରୁ 80, କନ୍ଧମାଳରୁ 143, କେନ୍ଦ୍ରାପଡ଼ାରୁ 227, କେନ୍ଦୁଝରରୁ 155, ଖୋର୍ଦ୍ଧାରୁ 495, କୋରାପୁଟରୁ 180 , ମାଲକାନଗିରିରୁ 107, ମୟୂରଭଞ୍ଜରୁ 352, ନବରଙ୍ଗପୁରରୁ 166, ନୟାଗଡ଼ରୁ 161, ନୂଆପଡ଼ାରୁ 36, ପୁରୀରୁ 398, ରାୟଗଡ଼ାରୁ 36, ସମ୍ବଲପୁରରୁ 103, ସୋନପୁରରୁ 52, ସୁନ୍ଦରଗଡ଼ରୁ 272 ଏବଂ ଷ୍ଟେଟ୍‌ପୋଲ୍‌ରୁ 103 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି ।

ଏଥି ମଧ୍ୟରୁ ୭୬ ହଜାର ୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୩୯ ହଜାର ୩୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୨୨ ଲକ୍ଷ ୫୦ ହଜାର ୨୯୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.