କଟକ: ଅମ୍ପାନ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିବା ଏନଡିଆରଏଫ ଯବାନଙ୍କ ମଧ୍ୟରୁ ୪୯ ଜଣ ଯବାନ କୋରୋନା ପଜିଟିଭ ବାହାରିଥିବା ଜଣାପଡ଼ିଛି । ପଜିଟିଭ ରିପୋର୍ଟ ଆସିବା ପରେ ସମସ୍ତଙ୍କୁ କିମସ୍ କୋଭିଡ ହସ୍ପିଟାଲକୁ ନିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଅମ୍ପାନ ବାତ୍ୟା ମୁକାବିଲା ପାଇଁ ୧୬୭ ଜଣ ଏନଡିଆରଏଫ ଯବାନ ପଶ୍ଚିମବଙ୍ଗ ଯାଇଥିଲେ । ସମସ୍ତଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ପୂର୍ବରୁ ଜଣଙ୍କର କୋରୋନା ପଜିଟିଭ ବାହାରିଥିଲେ । ସେହିପରି ସୋମବାର ବଡମ୍ବାରୁ ୨ ଜଣଙ୍କର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ନିଶ୍ଚିତକୋଇଲି ଅଞ୍ଚଳରୁ ଜଣଙ୍କର କୋରୋନା ପଜିଟିଭ ବାହାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ