ETV Bharat / state

40 କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କଟକ ଗୋପାଳପୁର ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା । ଜବତ ହେଲା 40 କେଜି ଗଞ୍ଜେଇ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 16, 2020, 6:10 PM IST

Updated : Aug 16, 2020, 7:32 PM IST

40 କେଜି ଗଞ୍ଜେଇ ଜବତ, ଜଣେ ଗିରଫ
40 କେଜି ଗଞ୍ଜେଇ ଜବତ

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା । ଜବତ ହେଲା 40 କେଜି ଗଞ୍ଜେଇ । ଗୋପାଳପୁର ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଚାରି ଚକିଆ ଯାନକୁ କ୍ଷିପ୍ର ଗତିରେ ନେବାକୁ ଚାହିଁଥିଲା ।

ସେହି ସମୟରେ ଅବକାରୀ ବିଭାଗ ଉକ୍ତ କାରଟିକୁ କାବୁ କରିବାରେ ସଫଳ ହୋଇଥିଲା । ସେହି କାରର ତଲାସୀ ନେବା ପରେ 40 କେଜି ଗଞ୍ଜେଇ ପାଇଥିଲା ଅବକାରୀ ବିଭାଗ । ତେବେ ଏହି ମାମଲାରେ ଜଣକୁ ଗିରଫ କରାଯାଇଛି । ଗିରଫଦାରୀ ଜଣକ ବାଲେଶ୍ଵର କମରଦାର 21 ବର୍ଷୀୟ ବିଜେନ୍ଦ୍ର ବାନ ବୋଲି ଜଣାପଡିଛି । ତେବେ ତମାମ ପଚରାଉଚରା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବିଭାଗ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 16, 2020, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.