କଟକ: ଜଗତସିଂହପୁରରୁ କଟକ ହେଉଥିଲା ବନ୍ଧୁକ ଓ ଗୁଳି ଚାଲଣ । ଆଉ ଏହା ଉପରେ କମିଶନରେଟ ପୋଲିସର ପଡିଥିଲା ନଜର। ଯାହାକୁ ନେଇ ଗିରଫ ହେଲେ କୁଖ୍ୟାତ ଅପରାଧୀ ସୁଧୀର ଓ ତାର 3 ଜଣ ସାଥୀ । ତେବେ ଏହି 4 ଜଣଙ୍କୁ ଆଜି (ବୁଧବାର) ଗିରଫ ପରେ କୋର୍ଟଚାଲାଣ କରାଯାଇଛି।
ତେବେ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ଅନେକ ଯୋଜନା କରିଥିବାବେଳେ ଏଯାବତ ପୋଲିସ ପଞ୍ଝାରୁ ଖସି ଯାଉଥିଲେ ସୁଧୀର ଓ ତାର ଗ୍ୟାଙ୍ଗ। ହେଲେ ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ଏହି 4 ଅଭିଯୁକ୍ତ। ଗିରଫ ସମୟରେ 5 ଟି 9 ଏମଏମ ବନ୍ଧୁକ, 50 ଟା ଅଫୁଟା ଗୁଳି, ଏକ ହୁଣ୍ଡାଇ କାର ଓ 7 ଟି ଦାମୀ ମୋବାଇଲ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ।
ତେବେ ଏମାନେ ବିଶେଷକରି ବିଭିନ୍ନ ଜିଲ୍ଲାକୁ ବନ୍ଧୁକ ଚୋରାଚାଲାଣ କରିଥନ୍ତି। କଟକର ବିଭିନ୍ନ ଥାନା ସମସେତ ଅନେକ ଜିଲ୍ଲାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ