ETV Bharat / state

ଚୌଦ୍ୱାରରେ ଗୋ ମାଂସ ବେଝେଇ କଣ୍ଟେନର ଜବତ, ପୋଲିସର ତଦନ୍ତ ଜାରି - ମାଂସ ବୋଝେଇ 10 ଚକିଆ ଟ୍ରକ ଜବତ

ଚୌଦ୍ୱାର ଥାନା ଅନ୍ତର୍ଗତ 55 ନଂ ଜାତୀୟ ରାଜପଥ ନୂନଟିକିରି ଛକରେ ଏକ ଗୋ ମାଂସ ବୋଝେଇ 10 ଚକିଆ ଟ୍ରକ ଜବତ । ଅଧିକ ପଢନ୍ତୁ

beef truck seized
beef truck seized
author img

By

Published : Jul 10, 2023, 11:35 AM IST

ଗୋ ମାଂସ ବେଝେଇ କଣ୍ଟେନର ଜବତ

କଟକ: କଟକ ଚୌଦ୍ୱାରରେ ଗୋ ମାଂସ କଣ୍ଟେନର ଜବତ । ଚୌଦ୍ୱାର ଥାନା ଅନ୍ତର୍ଗତ 55 ନଂ ଜାତୀୟ ରାଜପଥ ନୂନଟିକିରି ଛକରେ ଏକ ଗୋ ମାଂସ ବୋଝେଇ 10 ଚକିଆ ଟ୍ରକ ଜବତ କରାଯାଇଛି । ଟ୍ରକଟି କଟକ ନରସିଂପୁର ଚମ୍ପେଶ୍ବର ଅଞ୍ଚଳରୁ ପଞ୍ଚିମବଙ୍ଗ ଯାଉଥିବା ବେଳେ ଆଜି ଭୋରୁ ବଜରଙ୍ଗ ଦଳର କର୍ମୀମାନେ ଏହି ଟ୍ରକଟିକୁ ଅଟକାଇଥିଲେ । ଟ୍ରକକୁ ଏସକର୍ଟ କରି ନେଉଥିବା ଏକ ଚାରି ଚକିଆ ଗାଡ଼ି ଓ ସେଥିରେ ବସିଥିବା ଲୋକେ ଫେରାର ହୋଇଯାଇଥିବା ବେଳେ ଗୋ ମାଂସ ବୋଝେଇ ଟ୍ରକ୍‌ର ଡ୍ରାଇଭର ଓ ହେଲପରଙ୍କୁ ସ୍ଥାନୀୟ ଲୋକେ ପୋଲିସ ଜିମାରେ ଦେଇଛନ୍ତି । ଅନ୍ୟପକ୍ଷରେ ପୋଲିସ ଗାଡ଼ି ଜବତ କରି ତଦନ୍ତ କରିଛି ।

ସୂଚନା ଅନୁଯାୟୀ, ଚୌଦ୍ୱାରରେ ଏକ ମାଂସ ବୋଝେଇ ଗାଡ଼ି ଯାଉଥିବା ଖବର ପାଇ କଟକ ବଜରଙ୍ଗ ଦଳର ସଦସ୍ୟମାନେ ଆଠଗଡରୁ ପିଛା କରି ଆସିଥିଲେ । ଚୌଦ୍ଵାର ମଙ୍ଗୁଳି ନିକଟସ୍ଥ ଚାଉଳିଆ ପୋଲ ଠାରେ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲେ । କଣ୍ଟେନରକୁ ସୁରକ୍ଷା ଦେଇ ଆସୁଥିବା ଆଉ ଏକ କାରରେ କିଛି ବ୍ୟକ୍ତି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ମାତ୍ର ବଜରଙ୍ଗ ଦଳର ସଦସ୍ୟମାନେ ପିଛା କରି ଆସିଥିବା ବେଳେ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲେ । ଟ୍ରକ ପଛରେ ଆସୁଥିବା ଗାଡ଼ି ଚାଲି ଯାଇଥିବା ବେଳେ ସେହି ଗାଡ଼ିରେ କଣ୍ଟେନରରେ ଥିବା ଜଣେ ବ୍ୟକ୍ତି ମଧ୍ୟ ଖସି ଯିବାରେ ସଫଳ ହୋଇଥିଲେ । ପରେ ଚୌଦ୍ଵାର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଧରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟରେ ବଡ଼ ଧରଣର ଗୋ ମାଂସ ରାକେଟ, ଭୁବନେଶ୍ୱରରେ ଧରାପଡିବା ପରେ ଖୋଲିଛି ଚେର

ସେହିପରି କଣ୍ଟେନରରେ ପ୍ରାୟ ୩୦ଟନ୍‌ରୁ ଅଧିକ ମାଂସ ଥିବା ଜଣା ପଡିଛି । ପ୍ରତିଦିନ ରାତିରେ ଥାନା ଦେଇ ରାଜପଥରେ ଗୋରୁ ମାଂସ ବୋଝେଇ ଗାଡ଼ି ଯାଉଥିବା ବେଳେ ପୋଲିସ କିପରି ଜାଣି ପାରୁନି ଏନେଇ ବଜରଙ୍ଗ ଦଳ ପ୍ରଶ୍ନ କରିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ନରସିଂହପୁର ଚମ୍ପେଶ୍ୱରରୁ କଲିକତା ଯାଉଥିବା ଏକ ଗୋରୁ ମାଂସ ବୋଝେଇ କଣ୍ଟେନରକୁ ଧରିବାରେ ସଫଳ ହୋଇ ପୋଲିସ ଜିମାରେ ଦେଇଥିଲା ବଜରଙ୍ଗ ଦଳ । ପୂର୍ବରୁ ଆଠଗଡ଼, ଚୌଦ୍ୱାର ଅଞ୍ଚଳରେ ଅନେକ ଥର ଗୋ ମାଂସ ଚାଲାଣ ହେଉଥିବାର ଗାଡି ଜବତ ହୋଇଥିବା ବେଳେ ଏହି ଦିଗରେ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣା ଯେପରି ପୁନର୍ବାର ନଘଟେ ସେ ଦିଗରେ ପ୍ରଶାସନ ନଜର ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ଓ ବଜରଙ୍ଗ ଦଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.