ETV Bharat / state

ନିର୍ବାଚନ ମୈଦାନରୁ ମୁହଁ ଫେରାଇଲେ 3 ସ୍ବାଧୀନ ପ୍ରାର୍ଥୀ - କଟକ

ଶୁକ୍ରବାର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଈଁ ପ୍ରାର୍ଥୀପତ୍ର ପ୍ରତ୍ୟାହୃତ କଲେ 3 ସ୍ୱାଧୀନ ପ୍ରାର୍ଥୀ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, କଟକ
author img

By

Published : Apr 13, 2019, 8:14 AM IST

କଟକ: ଶୁକ୍ରବାର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହୃତ କଲେ 3 ସ୍ୱାଧୀନ ପ୍ରାର୍ଥୀ । ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭକ୍ତବତ୍ସଳ ମଙ୍ଗରାଜ ଓ ନିଆଳିରୁ ୨ ସ୍ଵାଧୀନ ପ୍ରାର୍ଥୀ ସୁବାସଚନ୍ଦ୍ର ମଲ୍ଲିକ ଏବଂ ଅଭିମନ୍ୟୁ ମଲ୍ଲିକ 2019 ନିର୍ବାଚନ ଲଢେଇରୁ ଓହରିଯାଇଛନ୍ତି ।

ସୌଜନ୍ୟ-ସମ୍ବାଦଦାତା, କଟକ

ତେବେ ଅଭିମନ୍ୟୁ ମଲ୍ଲିକ କଂଗ୍ରେସରୁ ଆଶାୟୀ ଥିଲେ ବି ଟିକେଟ ନ ମିଳିବାରୁ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। କଟକ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥିପତ୍ର ଯାଞ୍ଚ ପରେ ୩୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି।

ଏହା ପରେ ଏବେ ଚତୁର୍ଥ ପର୍ଯ୍ୟାୟ ପାଇଁ କଟକ ଜିଲ୍ଲାରେ ସମୁଦାୟ ୨୮ ଜଣ ପ୍ରାର୍ଥୀ ମଧ୍ୟରେ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.