ETV Bharat / state

ହାଇକୋର୍ଟଙ୍କୁ କ୍ଷମା ମାଗିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସମେତ 3 ଜିଲ୍ଲା ଶିକ୍ଷାଧିକାରୀ

author img

By

Published : Nov 6, 2020, 7:34 PM IST

ମହଙ୍ଗା ପଡିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା । ଏଥିପାଇଁ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ଚନ୍ଦ୍ର ନାୟକ, ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ ସପନ କୁମାର ଜେନା ଓ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ଘୋଷ । ଅଧିକ ପଢନ୍ତୁ...

ହାଇକୋର୍ଟଙ୍କୁ କ୍ଷମା ମାଗିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସମେତ 3 ଜିଲ୍ଲା ଶିକ୍ଷାଧିକାରୀ
ହାଇକୋର୍ଟଙ୍କୁ କ୍ଷମା ମାଗିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସମେତ 3 ଜିଲ୍ଲା ଶିକ୍ଷାଧିକାରୀ

କଟକ: ମହଙ୍ଗା ପଡିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା । ଏଥିପାଇଁ ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ଚନ୍ଦ୍ର ନାୟକ, ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ ସପନ କୁମାର ଜେନା ଓ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ଘୋଷ । କେବଳ ସେତିକି ନୁହେଁ ୩ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସମସ୍ତ ମକଦ୍ଦମା ଖର୍ଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଖର୍ଚ୍ଚ କରିବେ ବୋଲି କୋର୍ଟ କହିଛନ୍ତି । ଅଦାଲତ ଅବମାନନା ମାମଲାରେ ପୂର୍ବରୁ ହାଇକୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ସୂଚନାଯୋଗ୍ୟ ଅଣତାଲିମ ପ୍ରାପ୍ତ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକଙ୍କୁ ୪୮ ବର୍ଷ ବୟସ ପରେ ତାଲିମପ୍ରାପ୍ତ ଗ୍ରାଜୁଏଟ ସ୍କେଲ ଅଫ ପେ ପ୍ରଦାନ ପାଇଁ ହାଇକୋର୍ଟ ୨୦୧୬, ନଭେମ୍ବର ୨୪ରେ ନିର୍ଦ୍ଦେଶ ଦେଇଥିଲେ । ତେବେ ୪୮ ବୟସ ପରେ ଅଣତାଲିମ ଗ୍ରାଜୁଏଟ ହିନ୍ଦୀ ଶିକ୍ଷକମାନେ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ପ୍ରଦାନ କରାଯାଉଥିବା ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟ ପାଇବାକୁ ଯୋଗ୍ୟ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା । 2 ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ କହିଥିଲେ । ତେବେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବାରୁ ପୃଥକ ଭାବେ ଆବେଦନକାରୀ ହାଇକୋର୍ଟ ଅବମାନନା ମାମଲା ରୁଜୁ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.