ETV Bharat / state

୨୦୧୯ ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଦଣ୍ଡାଦେଶ

author img

By

Published : Jan 29, 2022, 3:54 PM IST

Updated : Jan 29, 2022, 4:23 PM IST

କଟକ ମାହାଙ୍ଗାରେ ୪ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଆଦାଲତ । ଅଧିକ ପଢନ୍ତୁ

ଦୋଷୀକୁ ଆଜୀବନ ଦଣ୍ଡାଦେଶ
୨୦୧୯ ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଦଣ୍ଡାଦେଶ

କଟକ: ମାହାଙ୍ଗା ୪ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ଯସ୍ତ ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ଆଜି(ଶନିବାର) କଟକ ଏଡିଜେ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ମାମଲାର ଶୁଣାଣି କରାଯାଇଥିଲା ।

ଦୋଷୀ ଜିତେନ୍ଦ୍ର ସାହୁକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ନିୟମ ରଖାଯାଇଛି । ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ ।

ସେହିପରି ପୀଡିତାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫିକ୍ସ ଡିପୋଜିଟ ହୋଇ ରହିବ । ସୂଚନା ଅନୁଯାୟୀ, ୨୦୧୯ ମସିହା ଫେବୃଆରୀ ୨୭ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ବିବାହ ମଣ୍ଡପରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା ଦୋଷୀ ଜିତେନ୍ଦ୍ର । ତେବେ ଏହି ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ଵଜିତ ରାୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 29, 2022, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.