ETV Bharat / state

ମା' କୁତାମଚଣ୍ତି ମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟ ଘଟଣା, 48 ଘଣ୍ଟାରେ 2 ଗିରଫ

author img

By ETV Bharat Odisha Team

Published : Aug 25, 2023, 4:20 PM IST

ମା କୁତାମଚଣ୍ତି ମନ୍ଦିରରୁ ଚୋରି ଘଟଣାରେ ନିଆଳି ପୋଲିସକୁ ସଫଳତା । 48 ଘଣ୍ଟା ନପୂରୁଣୁ 2 ଚୋର ଗିରଫ । ଅଧିକ ପଢନ୍ତୁ

ମା କୁତାମଚଣ୍ତି ମନ୍ଦିରରୁ ଚୋରି ଘଟଣାରେ ନିଆଳି ପୋଲିସକୁ ସଫଳତା

ନିଆଳି: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ମା' କୁତାମଚଣ୍ତି ମନ୍ଦିରରୁ ଚୋରି ଘଟଣାରେ ନିଆଳି ପୋଲିସକୁ ସଫଳତା । 48 ଘଣ୍ଟା ମଧ୍ୟରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗତ 23 ତାରିଖରେ ଦୁର୍ବୃତ୍ତମାନେ ନିଆଳିର ପ୍ରସିଦ୍ଧି ମନ୍ଦିରର ଦାନବାକ୍ସ ଭାଙ୍ଗି ହଜାର ହଜାର ଟଙ୍କା ଲୁଟି ନେଇଥିଲେ । ମନ୍ଦିର ପକ୍ଷରୁ ପୋଲିସକୁ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ନିଆଳି ଥାନା ଗାୟାସାହି ସଞ୍ଜୟ ବେହେରା ଓ ତିହୁଡି ଗ୍ରାମର ଶିବ ରାଉତ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ମନ୍ଦିରର ପୂଜକ ଘନେଶ୍ବର ତିହିଡି କହିଛନ୍ତି,"କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମା' କୁତାମଚଣ୍ତି ମନ୍ଦିର । ବର୍ଷକୁ ବାରମାସ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ମାନସିକଧାରୀମାନେ ନିଜ ମାନସିକ ପୂରଣ ହେବା ପରେ ଦାନ ବାକ୍ସରେ ଖୋଲା ହସ୍ତରେ ଟଙ୍କା ଦାନ କରିଥାନ୍ତି । କିନ୍ତୁ ଗତ ଦୁଇ ଦିନ ତଳେ ମନ୍ଦିରର ଦାନବାକ୍ସ ଭାଙ୍ଗି ଦୃବୁର୍ତ୍ତ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିଲେ । ଏହାକୁ ନେଇ ମନ୍ଦର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା । ଏହାପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 2 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆମେ ଦାବି କରୁଛୁ ।"

ହୁଣ୍ଡି ଲୁଟ୍‌ ଘଟଣାକୁ ନେଇ ଭକ୍ତଙ୍କ ଗହଣରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ଏହାକି ନେଇ ଭକ୍ତ ସତ୍ୟବ୍ରତ ମହାପାତ୍ର କହିଛନ୍ତି, "ମନ୍ଦିରର ଚୋରି ହେବା ଘଟଣା ଭକ୍ତ ଭାବବେଗକୁ କୁଠାରଘାତ କରିଛି । ଲୁଟେରାଙ୍କ ଫୋକସରେ ଦେବାଳୟ ରହିଥିବା ବେଳେ ସମସ୍ତ ମନ୍ଦିରକୁ ସ୍ବତନ୍ତ୍ର ସୁରକ୍ଷା ପ୍ରଦାନ କରିବା ସହ ଦୁର୍ବୃତ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଅଧିକ ପଢନ୍ତୁ: ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି, ସିସିଟିଭିରେ ଦୃଶ୍ୟ କଏଦ

ମିଳିଥିବା ସୂଚନା ଅନୁସାରେ ନିଆଳି ସ୍ଥିତ ଅବସ୍ଥିତ ମା'କୁତାମଚଣ୍ତି ମନ୍ଦିର ବହୁ ପ୍ରାଚୀନ। ଏଠାରେ ବିବାହ,ବ୍ରତ, ଭୋଜିଭାତ ସାଙ୍ଗକୁ ମା'ଙ୍କ ନିକଟରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ମାନସିକଧାରୀମାନଙ୍କ ବିଭିନ୍ନ ମାନସିକ ପ୍ରାପ୍ତ ପାଇଁ ଏଠାରେ ବ୍ରତ କରାଯାଇଥାଏ । ମନ୍ଦିରଟି ମା' କୁତାମଚଣ୍ତି ମନ୍ଦିର ଟ୍ରଷ୍ଟ ଦ୍ଵାରା ପରିଚାଳିତ ହୋଇଥାଏ । ଦାନବାକ୍ସରୁ ଭକ୍ତମାନଙ୍କ ଦାନରୁ ମନ୍ଦିର ଉନ୍ନତିକରଣ କରାଯାଏ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.