ETV Bharat / state

ବିସ୍କୁଟ ଖାଇବାରୁ ପିଶାଚୀ ସାଜିଲା ସାବତ ମାଆ, ଛୁଆଙ୍କୁ ମାଡ ମାରି କଲା ଲହୁଲୁହାଣ

author img

By ETV Bharat Odisha Team

Published : Oct 31, 2023, 5:27 PM IST

ସାବତ ମାଆ ମାଡରେ ଭାଇଭଉଣୀ ଗୁରୁତର । ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସାବତ ମାଆକୁ ଅଟକି ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

children critical after Physical assault

କଟକ: ସାବତ ମାଆ ସାଜିଲା ରାକ୍ଷସୀ। ସାମାନ୍ୟ ବିସ୍କୁଟ ପାଇଁ ବାପା ସହ ମିଶି ଦୁଇ ଛୁଆଙ୍କୁ ନିର୍ଯାତନା ଦେବା ସହିତ ମାଡ ମାରିଲା ସାବତ ମାଆ। ଏଭଳି ଅଭିଯୋଗ ଆସିଛି ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳରେ। ଦୁଇ ଭାଇ ଭଉଣୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଲେ ସ୍ଥାନୀୟ ଲୋକେ।

ସୂଚନାଅନୁସାରେ, ବିସ୍କୁଟ ଖାଇଦେବାରୁ ବାପା ସହ ମିଶି ସାବତ ମାଆ ଦୁଇ ଛୁଆଙ୍କୁ ନିର୍ଯାତନା ଦେଉଥିଲା। ଆହତ ଅବସ୍ଥାରେ ଦୁଇ ଭାଇଭଉଣି ଘରୁ ଲୁଚି ଆସିଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ। ଦୁଇ ଛୁଆଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ବେଳେ ତାଙ୍କୁ ସ୍ଛାନୀୟ ଲୋକେ ଗୁରୁତର ଭାବେ ଉଦ୍ଧାର କରି ଆଠଗଡ ମେଡିକାଲରେ ଭର୍ତ୍ତି କରିବା ସହିତ ପୋଲିସକୁ ଖବର ଦେଇଥିଲା।

ତେବେ ଏନେଇ ନିର୍ଯାତିତ ଶିଶୁମାନେ ବୟାନରେ କହିଛନ୍ତି, ମୋତେ ବହୁତ ଦିନ ହେଲା ମାଆ ନିର୍ଯାତନା ଦେଉଥିଲେ। ଦୁଷ୍ଟ ହେଲେ ପ୍ରତି କଥାରେ ଆମକୁ ମାରୁଥିଲେ। ଆମେ ମିଛ କହି ଆଜି ଘରୁ ଲୁଚିକି ଆସି ଯାଇଛୁ। ସ୍ଥାନୀୟ ଲୋକେ ଆମକୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। "

ଅନ୍ୟପଟେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, "ଆମେ ଚିକିତ୍ସା ଆରମ୍ଭ କରିଛୁ। ଅନେକ ଦିନ ହେବ ମାଡ ମରାଯାଉଥିବା ଜଣାପଡିଛି। ଅନେକ ପ୍ରକାରର ଶାରୀରିକ ଆଘାତ ଦିଆଯାଇଛି। ଆଖିରେ ମଧ୍ୟ ଆଘାତ ଲାଗିଛି। ଆମେ ଟେଷ୍ଟ ଆରମ୍ଭ କରି ଚିକିତ୍ସା ଜାରି ରଖିଛୁ।"

ଏହା ମଧ୍ୟ ପଢନ୍ତୁ: 50 ହଜାର ଟଙ୍କାରେ ନାବାଳିକା ଝିଅକୁ ସାବତ ବାପା ଓ ମାଆ ବିକ୍ରି ଉଦ୍ୟମ, ଭଣ୍ଡୁର କଲା ଜିଆରପି

ସେପଟେ ଆଠଗଡ ପୋଲିସ ସାବତ ମାଆ କୁ ଅଟକ ରଖିବା ସହ ଥାନାରେ ପଚରା ଉଚରା ଜାରି ରଖିଛି। ଏହାରି ଭିତରେ ଆହତ ଶିଶୁଙ୍କ ବାପା ମାଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଦୁଇ ଭାଇ ଭଉଣୀଙ୍କ ବଡବାପା । ମିଳି ଥିବା ସୂଚନା ଅନୁଯାଇ ବାଙ୍କି ପାର୍ଥପୁର ଅଞ୍ଚଳର ସୁନିଲ କୁମାର ନନ୍ଦ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ଧରି ଆଠଗଡ ଥାନା ଅଶୋକ ନଗରରେ ଭଡାରେ ରହି ଆସୁଛନ୍ତି। ସୁନିଲ ନିଜ ସ୍ତ୍ରୀର ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିଜ ପାଖରେ ରଖି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଦୁଇ ଭାଇ ଭଉଣୀଙ୍କୁ ହଟାଇ ସବୁ ସଂପତ୍ତିକୁ ହଡପ କରିବା ପାଇଁ ଏଭଳି କାଣ୍ଡ ଘଟାଇଥିବା ସୁନିଲଙ୍କଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ତେବେ ତଦନ୍ତ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.