ETV Bharat / state

କଟକ ମହାନଗର ନିଗମରେ 11 ପଜିଟିଭ, 2 ସ୍ଥାନୀୟ

author img

By

Published : Jul 19, 2020, 12:55 AM IST

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୩୩୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ୧୮୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୭ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କଟକ ମହାନଗର ନିଗମରେ 11 ପଜିଟିଭ, 2 ସ୍ଥାନୀୟ
କଟକ ମହାନଗର ନିଗମରେ 11 ପଜିଟିଭ, 2 ସ୍ଥାନୀୟ

କଟକ: ଜିଲ୍ଲାରେ କୋରୋନା ଥମିବାର ନାମ ନେଉନି । କଟକ ମହାନଗର ନିଗମରେ ଶନିବାର 11ଟି କୋରୋନା ମାମଲା ବାହାରିଛି । ସେଥିରୁ 2 ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାପଡିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବକ୍ସିବଜାର ଅଞ୍ଚଳରୁ ଜଣେ ଓ ଯୋବ୍ରା ଅଞ୍ଚଳରୁ ଜଣେ ରହିଛନ୍ତି । ସେହିପରି 6 ଜଣ ଶିକ୍ଷନୁଷ୍ଠାନ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 3 ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୩୩୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ୧୮୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୭ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୧୩୯ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେହିପରି ଶନିବାର ଟାଙ୍ଗୀ ଅଞ୍ଚଳରୁ ୪ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ବଡମ୍ବାରୁ ଜଣେ ଓ ବାଙ୍କୀରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.