ETV Bharat / state

SCBରେ ଖୁବଶୀଘ୍ର ଖୋଲିବ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

author img

By

Published : May 22, 2021, 7:45 AM IST

କଟକ ବଡ ମେଡିକାଲ ଏସିବିରେ ଖୁବଶୀଘ୍ର 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

SCBରେ ଖୁବଶୀଘ୍ର ଖୋଲବି 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

କଟକ: ରାଜ୍ୟରେ ଜାରି ରହିଛି କୋରୋନା କୋପ । ସଂକ୍ରମଣରେ ଲାଗୁନାହିଁ ବ୍ରେକ । ଲକଡାଉନ ଓ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଉଥିବା ବେଳେ ସଂକ୍ରମଣ ହ୍ରାସ ପାଉନାହିଁ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ପଜିଟିଭ ଚିହ୍ନଟ ହେବାରୁ ଖୁବଶୀଘ୍ର ଜିଲ୍ଲାର ବଡ ମେଡିକାଲ SCBରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବାକୁ ଯାଉଛି ।

ଏହି ନୂଆ କୋଭିଡ ହସ୍ପିଟାଲରେ 41ଟି ଆଇସିୟୁ ବେଡ଼ ଉପଲବ୍ଧ ରହିବା ସହିତ 59ଟି ବେଡ଼ରେ ଅକ୍ସିଜେନ ଉପଲବ୍ଧ ହେବ। ଯାହାକି ଅନେକ ଗୁରୁତର ରୋଗୀଙ୍କୁ ବେଶ ସହାୟକ ମିଳିବ ବୋଲି ଜଣାପଡିଛି । କାରଣ ରାଜ୍ୟରେ ବହୁ ସମୟରେ ଶଯ୍ୟା ନ ମିଳିବାରୁ ଲୋକଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି ।

ରାଜ୍ୟରେ କଟକ ବଡ ମେଡିକାଲକୁ ପ୍ରାୟ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଆସୁଥିବାରୁ ସରକାର ଏହି ହସ୍ପିଟାଲ ଉପରେ ଧ୍ୟାନ ଦେଇଛନ୍ତି । ତେବେ ଏସସିବିରେ ଏହି 100 ଶଯ୍ୟାକୁ ମିଶାଇ ମୋଟ 600 ଶଯ୍ୟା ବିଶିଷ୍ଟ ହେବ ବୋଲି ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.