ETV Bharat / state

ଶୃଙ୍ଖଳିତ ହେବ ଆଗାମୀ ନିର୍ବାଚନ, 4921ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଜବତ - ବନ୍ଧୁକ

ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ 8513ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ 107/116 ଧାରା ଅନୁଯାୟୀ 45741 ଜଣଙ୍କୁ ଅଟକ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 8, 2019, 10:32 PM IST

ଭୁବନେଶ୍ବର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ 8513ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ 107/116 ଧାରା ଅନୁଯାୟୀ 45741 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି 4921ଟି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି ।

ତେବେ ଲାଇସେନ୍ସ ନଥିବା 208ଟି ଅସ୍ତ୍ରଶସ୍ତ୍ର ଏବଂ 1367.032କିଲୋଗ୍ରାମ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଛି । ସୋମବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୋଲିସ ସହାୟତାରେ ପ୍ରାୟ 109998.365ବର୍ଗ ଲିଟର ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 3 କୋଟି 28 ଲକ୍ଷ 83 ହଜାର 764 ଟଙ୍କା ହେବ ।

ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଉଲଂଘନ କରି ବର୍ତ୍ତମାନ ସୁଦ୍ଧା ସର୍ବସାଧାରଣ ସ୍ଥାନରେ ଲାଗିଥିବା 30 ଲକ୍ଷ 93 ହଜାର 410ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଇ ଦିଆଯାଇଛି । ସେହିପରି ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବେଆଇନ୍‌ ଭାବେ ଲାଗିଥିବା 2 ଲକ୍ଷ 66 ହଜାର 146ଟି ହୋର୍ଡିଂ ଓ ପୋଷ୍ଟରକୁ ମଧ୍ୟ ବାହାର କରି ଦିଆଯାଇଛି ।

ରାଜ୍ୟସ୍ତରରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷରେ ଟେଲିଫୋନ ନଂ 0674-2395015କୁ ବର୍ତ୍ତମାନ ସୁଦ୍ଧା 650ଟି କଲ୍‌ କରାଯାଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଅଭିଯୋଗ ବା ସୂଚନା ମିଳିଛି । ତନ୍ମଧ୍ୟରୁ 250ଟି କେସ୍‌କୁ ବିଭିନ୍ନ ଜିଲ୍ଲାକୁ ସମାଧାନ ପାଇଁ ପଠାଇ ଦିଆଯାଇଛି ।

ତେବେ ଏଯାବତ୍‌ ଭୋଟର ହେଲ୍ପ ଲାଇନ୍‌ ନଂ-1950କୁ ସମୁଦାୟ 13819ଟି କଲ୍‌ କରାଯାଇ ସୂଚନା ମାଧ୍ୟମରେ ଅଭିଯୋଗ ଗ୍ରହଣ ସହ ସମାଧାନ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ମୁମ୍ବାଇ: ବଲିଉଡ ଖିଲାଡୀ ଅକ୍ଷୟ କୁମାର ଓ କରିନା କପୁର ଖାନ ଖୁବଶିଘ୍ର ଗୁଡନ୍ୟୁଜ ଦେବାକୁ ଯାଉଛନ୍ତି। ଫିଲ୍ମଟି ଦେଖିବାକୁ ଅପେକ୍ଷା କରିଥିବା ଫ୍ୟାନ୍ସମାନଙ୍କୁ ଅକ୍ଷୟ ଏହାର ସୁଟିଂ ସରିଛି ବୋଲି କହିବାକୁ ଆପଣେଇଛନ୍ତି ଗୋଟିଏ ନୂଆ ଉପାୟ। ଯାହାର ଭିଡିଓ ଦେଖି ଦର୍ଶକ ହସିହସି ବେଦମ।

ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟା କରିଛନ୍ତି, ଯେଉଁଥିରେ ଅଭିନେତା ଦିଲଜୀତ ଦୋସଞ୍ଜ ପାଟି ଦ୍ବାରା ରହିରହି ଆମ୍ବୁଲାନ୍ସ ସାଇରନର ଆବାଜ ବାହାର କରୁଛନ୍ତି। ଆଉ ତାଙ୍କ ସହ ଟିକେପରେ ମିଶିଛନ୍ତି ଅକ୍ଷୟ ଆଉ ଆରମ୍ଭ କରିଛନ୍ତି ସାଇରନ ବଜାଇବା। ଅକ୍ଷୟଙ୍କ ପରେ ସେମାନଙ୍କୁ ଆସି ଯୋଗ ଦେଇଛନ୍ତି ଅଭିନେତ୍ରୀ କରିନା କପୁର ଖାନ ଓ କିୟାରା ଆଡଭାଣୀ।

ତେବେ ଏହି ଭିଡିଓଟି ବେଶ ମଜାଦାର ଥିବାବେଳେ ଶୀର୍ଷରେ ଫିଲ୍ମର ସୁଟିଂ ସରିବା ଓ ଏହାର ରିଲିଜ ଡେଟ ବିଷୟରେ ମଧ୍ୟ ଜାଣିବାକୁ ପାଇଛନ୍ତି ଦର୍ଶକ। ଭିଡିଓଟି ଗୁଜନ୍ୟୁଜ ଆସିବା ପାଇଁ ଆମ୍ବୁଲାନ୍ସ ସାଇରନ ବାଜୁଥିବାବେଳେ କିଛି ପ୍ରଶଂସକଙ୍କୁ ଅକ୍ଷୟଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀ କଥା ମଧ୍ୟ ମନେପଡିଯାଇଛି କାରଣ ଫିଲ୍ମରେ ଅକ୍କୀ ଜଣେ ପୋଲିସ ଅଫିସରଙ୍କ ଭୂମିକାରେ ନଜର ଆସିବେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.