ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ସୁଧା ସିଂ । କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ସିବିଆଇ ଏସପି ଭାବରେ ଦାୟିତ୍ବ ମିଳିଛି । ପରେ ଓଡିଶା ସରକାର ଦେଇଛନ୍ତି ଗ୍ରିନ ସିଗନାଲ । ଏନେଇ ଓଡିଶା ଗୃହ ମନ୍ତ୍ରାଳୟ ପକ୍ଷରୁ ଗତ ୧୬ ତାରିଖରେ ଡେପୁଟେସନରେ ଯିବାପାଇଁ ଅନୁମତି ଦେଇଛି।
ଏବେ ସୁଧା ସିଂ ଏବେ ଜଗତସିଂହପୁର ଏସପି ଭାବେ କାର୍ଯ୍ୟ ତୁଲାଉଛନ୍ତି। ପୂର୍ବରୁ ସେ ଭିଜିଲାନସ ଏସପି ଭାବେ ଦାୟିତ୍ବ ତୁଲାଇ ବେସ ଚର୍ଚ୍ଚାକୁ ଆସିଥିଲେ। ୨୦୦୬ ବ୍ୟାଚର ଏହି ଆପିଏସ ଅଫିସର ପୂର୍ବରୁ ୨୦୧୪ ଓ ୨୦୧୬ ମଧ୍ୟ ଜଗତସିଂହପରୁର ଏସପି ରହିଥିଲେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ