ETV Bharat / state

ରାଜ୍ୟ ମନ୍ତ୍ରିମଣ୍ଡଳକୁ ଶୁଖୁଆ ହାଟ କହିଲେ ଶ୍ରୀକାନ୍ତ

ରାଜ୍ୟ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଟାର୍ଗେଟ କରିବା ସହ ମନ୍ତ୍ରିମଣ୍ଡଳକୁ ଶୁଖୁଆ ହାଟ କହିଛନ୍ତି । ମଧ୍ୟପ୍ରଦେଶ, ବିହାର ଓ ଓଡିଶା ପାଇଁ ଏସସି, ଏସଟି ଓ ପଛୁଆ ବର୍ଗ ବିଭାଗର ସ୍ବତନ୍ତ୍ର ମନ୍ତ୍ରୀ ନିଯୁକ୍ତି କରିବା ନେଇ ସମ୍ବିଧାନର ଧାରା 164ରେ ଉଲ୍ଲେଖ ଥିବାବେଳେ ସରକାର ଏହାକୁ ପାଳନ କରିନଥିବା ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 1, 2019, 1:25 AM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଟାର୍ଗେଟ କରିଛନ୍ତି । ସରକାରଙ୍କ ପକ୍ଷରୁ ହୋଇଥିବା ବିଭାଗ ବଣ୍ଟନ ଶୁଖୁଆ ହାଟ ବୋଲି ଶ୍ରୀକାନ୍ତ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଧ୍ୟପ୍ରଦେଶ, ବିହାର ଓ ଓଡିଶା ପାଇଁ ଏସସି, ଏସଟି ଓ ପଛୁଆ ବର୍ଗ ବିଭାଗର ସ୍ବତନ୍ତ୍ର ମନ୍ତ୍ରୀ ନିଯୁକ୍ତି କରିବା ନେଇ ସମ୍ବିଧାନର ଧାରା 164ରେ ଉଲ୍ଲେଖ ଥିବାବେଳେ ସରକାର ଏହାକୁ ପାଳନ କରିନଥିବା ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି ।

ଶ୍ରୀକାନ୍ତ କହିଛନ୍ତି ଯେ ସମ୍ବିଧାନର ଧାରା 164 ଅନୁଯାୟୀ ସରକାର ଜଣେ କ୍ୟାବିନେଟ ପାହ୍ୟା କିମ୍ବା ସ୍ବାଧୀନ ପାହ୍ୟାର ମନ୍ତ୍ରୀଙ୍କ ହାତରେ ଏସସି, ଏସଟି ଓ ପଛୁଆ ବର୍ଗ ବିଭାଗ ଦେବା କଥା । ରାଷ୍ଟ୍ରମନ୍ତ୍ରୀଙ୍କର କୌଣସି କ୍ଷମତା ନଥିବାରୁ ସେମାନଙ୍କୁ ଏହି ବିଭାଗ ଦେଇ ରାଜ୍ୟ ସରକାର ସମ୍ବିଧାନ ବିରୋଧରେ ଯାଇଛନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ନେଇଥିବା ଶପଥ ପାଠକୁ ଅସାମ୍ବିଧାନିକ ବୋଲି ଶୀକାନ୍ତ କହିବା ସହିତ ତୁରନ୍ତ ଏହି ବିଭାଗ ଏକ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କୁ ଦିଆଯାଉ ନଚେତ ଆଉଥରେ ମନ୍ତ୍ରିମଣ୍ଡଳ ଶପଥ ନିଅନ୍ତୁ ବୋଲି ଶ୍ରୀ ଜେନା ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.