ETV Bharat / state

ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ହଡପ କରି ନିଜକୁ ଗୁଳି କଲେ ସୁରକ୍ଷାକର୍ମୀ

ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସି ଲୋଭାଶକ୍ତ ହେଲେ ସୁରକ୍ଷାକର୍ମୀ । ଏଟିଏମ୍‌ ବଦଳରେ ପକେଟରେ ପୁରାଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଧରା ପଡିବା ଭୟରେ ନିଜକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ ।

author img

By

Published : Jul 16, 2019, 11:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଆସି ଲୋଭାଶକ୍ତ ହେଲେ ସୁରକ୍ଷାକର୍ମୀ । ଏଟିଏମ୍‌ ବଦଳରେ ପକେଟରେ ପୁରାଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଶେଷରେ ଧରା ପଡିବା ଭୟରେ ନିଜକୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଘଟଣାଟି ହେଉଛି ଧଉଳି ଥାନା ଲିଙ୍ଗିପୁରରେ ଥିବା ସିକ୍ୟୋର ଭାଲ୍ୟୁ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଅଫିସର । ଯେଉଁଠାରେ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇ ହଡପ କରୁଥିଲେ ସୁରକ୍ଷାକର୍ମୀ ।

ଏ କୌଣସି ଦିନେ କି ଦୁଇ ଦିନର କଥା ନୁହେଁ, ଦୀର୍ଘ 3 ବର୍ଷ ହେବ ଏପରି ଟଙ୍କା ହଡପ କରୁଥିଲେ ପୁରୀ ଜିଲ୍ଲା ନିମାପଡାର ମୀନକେତନ ବେହେରା । ଏପରି ଭାବେ ସମୁଦାୟ 1କୋଟି 72ଲକ୍ଷ ଟଙ୍କା ହଡପ କରିଥିଲେ ମୀନକେତନ । ତେବେ ଘଟଣାରେ ସଂସ୍ଥାର ଅନ୍ୟ କେତେକ ବରିଷ୍ଠ କର୍ମଚାରୀ ମଧ୍ୟ ସମ୍ପୃକ୍ତ ଥିବା ସନ୍ଦେହ କରିଛି ପୋଲିସ । ଫଳରେ ସହଯୋଗ ପାଇ ମୀନକେତନ ଟଙ୍କା ହଡପ କରୁଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ବର୍ଷ ବର୍ଷ ଧରି ଏଟିଏମ୍‌ରେ ଟଙ୍କା କମ୍‌ ଥିବା ନେଇ ସାଇବର ହ୍ୟାକର ଏହାକୁ ଲୁଟ କରୁଥିବା ସନ୍ଦେହ କରୁଥିଲେ ପୋଲିସ । ଘଟଣାକୁ ନେଇ ତଦନ୍ତ ଚାଲିଥିବା ବେଳେ ଧରା ପଡିବା ଭୟରେ ନିଜକୁ ଗୁଳି କରିଥିଲେ ମୀନକେତନ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏଟିଏମ୍‌ରୁ ହଡପ ଟଙ୍କାକୁ ବାହାରେ ବ୍ୟବହାର କରାଯାଇଛି କି ନାହିଁ ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ଜଣାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଏଟିଏମ ରୁ ଦେଢ଼ କୋଟି ଟଙ୍କା ହଡପ , ଧରାପଡିବା ଭୟରେ ନିଜକୁ ଗୁଳିକଲେ ସୁରକ୍ଷା କର୍ମୀ।

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକା ସାଙ୍ଗରେ ଏକ କୋଟି 72 ଲକ୍ଷ ଟଙ୍କା ହଡପ କରିଛନ୍ତି ଜଣେ ଯୁବକ। ବିଭିନ୍ନ ସଂସ୍ଥା ମନ ଏଟିଏମ ରେ ଟଙ୍କା ଭର୍ତ୍ତୀବକରିବା ପାଇଁ ଦାଇତ୍ୱ ନେଇଛନ୍ତି । ସେହି ଟଙ୍କା ଗାଡ଼ିରେ ଯୁବକ ଜଣଙ୍କ ହେଉଛନ୍ତି ସିକ୍ୟୁରିଟି ଗାର୍ଡ ଭାବରେ କାମ କରନ୍ତି। ହେଲେ ସବୁ ଦିନ ଏତେ ଟଙ୍କା ଦେଖି ଲୋଭ ହୋଇଥିଲା ଯାହା ଫଳରେ ଟଙ୍କା ଏଟିଏମ ରେ ଭର୍ତ୍ତି ହେବା ପରେ ପୁଣି ଟଙ୍କା କାଢୁଥିଲା ଯୁବକ ଜଣଙ୍କ।ତେବେ ତିନି ବର୍ଷ ଭିତରେ ଏକ କୋଟି 72ଲକ୍ଷ ଟଙ୍କା ହଡପ କରିଛି ଯୁବକ।

Body:

ଏଟିଏମ୍ ରୁ ଏକ କୋଟି 72ଲକ୍ଷ ଟଙ୍କା ହଡପ କରି ଧରାପଡିଯିବା ଭୟରେ ନିଜକୁ ଗୁଳି କରିଥିଲେ ଜଣେ ସୁରକ୍ଷା କର୍ମୀ। ଯାହାଙ୍କ ନାମ ହେଲା ପୁରୀ ଜିଲ୍ଲାର ନିମାପଡାର ମୀନକେତନ ବେହେରା। ଭୁବନେଶ୍ୱର ରେ ରହି ବିଭିନ୍ନ ଏଟିଏମ ରେ ଟଙ୍କା ଭରିବା ପାଇଁ ଏକ ସଂସ୍ଥା ରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। ଗତ 3 ବର୍ଷ ଭିତରେ ଏକ କୋଟି ରୁ ଅଧିକ ଟଙ୍କା ହଡପ କରିଛନ୍ତି ମୀନକେତନ। ଏହା ଛଡ଼ା ସଂସ୍ଥାର ଅନ୍ୟ କର୍ମଚାରୀମାନଙ୍କ ହାତ ରହିଥିବା ସନ୍ଧେହ କରୁଛି ପୋଲିସ।

ସୂଚନା ମୁତାବକ, ଧଉଳି ଥାନା ଲିଙ୍ଗିପୁର ରେ ରହିଛି ସିକୋୟର ଭାଲ୍ୟୁ ଅଫ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ର ଅଫିସ। ଏହି ସଂସ୍ଥା ର କାମ ହେଲା ବିଭିନ୍ନ ସ୍ଥାନରେ ରହିଥିବା ଏଟିଏମ ରେ ଟଙ୍କା ଭରିବା। ଏଟିଏମ ରେ ଟଙ୍କା ଭରିବା ପାଇଁ ହେଲେ ଦୁଇ ଜଣ ସୁରକ୍ଷାକର୍ମୀ ଆବଶ୍ୟକ ହୁଏ। ତେବେ ଜଟଣୀ ଓ ଖୋର୍ଧା ରେ 5 ଟି ଏଟିଏମ ରେ ଟଙ୍କା ଭରୁଥିଲା ମୀନକେତନ ଓ ଗଗନ। ତିନି ବର୍ଷ ଧରି ଏଟିଏମ ରୁ ଟଙ୍କା ହଡପ କରୁଥିଲେ। ତିନି ବର୍ଷ ଭୁତରେ ଏଟିଏମ ରୁ 1କୋଟି 72 ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏମାନଙ୍କ ଟଙ୍କା ହଡପ ଘଟଣା ରେ ଉକ୍ତ ସଂସ୍ଥାର ବରିଷ୍ଠ କର୍ମଚାରୀ ଙ୍କ ହାତ ରହିଥିବା ସୂଚନା ରହିଛି। ସଂସ୍ଥାର ଅଧିକାରୀ ଙ୍କ ସହଯୋଗ ଦ୍ୱାରା ମୀନକେତନ ପୂର୍ଣ ମାତ୍ରାରେ ସହଯୋଗ ପାଇବା ସହ ଟଙ୍କା କୁ ଭାଗ କରି ନେଉଥିଲେ।
ସଂସ୍ଥା ପକ୍ଷରୁ ବର୍ଷ ରେ ଥରେ ଅଡିଟ ହୁଏ। ତେବେ ଏଟିଏମ ରୁ ଟଙ୍କା କମ ରହୁଥିବା ରୁ ସାଇବର ହ୍ୟାକର ଟଙ୍କା ନେଇଯାଉଛନ୍ତି ବୋଲି ଏମାନେ ଥାନାରେ ଏଭିଯୋଗ କରନ୍ତି। କିନ୍ତୁ ଫଳ ଶୂନ୍ୟ ହୁଏ।

ଏହି ଘଟଣା ମୁ ନେଇ ପୋଲିସ ତଦନ୍ତ କରୁଛି ବୋଲି ମୀନକେତନ ଜାଣିପାରି ଗାଡି ରେ ଥୁବା ସୁରକ୍ଷା କର୍ମୀ ଙ୍କ ବନ୍ଧୁକ ରୁ ନିଜକୁ ଗୁଳି କରିଥିଲା। ସ୍ୱଭାଗ୍ୟ ବଶତଃ ଦେହରେ ଗୁଳି ନବାଜି କନରେ ବାଜିଥିଲା। ଘଟଣା ସ୍ଥଳରେ ଗୁରୁତର ଭାବରେ ମେଡିକାଲ ରେ ଭର୍ତ୍ତି କରାଯାଇଛି। ବର୍ଥମାନ ମିନକେତାଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ ରହିଥିବା ବେଳେ ଟଙ୍କା ହଡପ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି।
ତେବେ ଏହି ଘଟଣା କୁ କେନ୍ଦ୍ର କରି ଆଉ 4 ଜଣଙ୍କୁ ଜଟଣୀ ଥାନାରେ ଅଟକ ରଖିଛି ପୋଲିସ। ଏମାନଙ୍କ ର କଣ କଣ ସହଯୋଗ ରହିଛି ସେନେଇ ପଚରାଉଚରା କରୁଛି ପୋଲିସ। ଏମାନଙ୍କ ମଧ୍ୟରୁ ଜଣଙ୍କର 4 ଟି ଦାମୀ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ। ଗାଡି କେଉଁ ପାଇଶା ରେ କିଣା ହୋଇଛି। ଏଟିଏମ ଟଙ୍କା ହଡପ ଟଙ୍କାରେ କିଣା ହୋଇଛି କି ନାହିଁ ତଦନ୍ତ ପରେ ଜଣାପଡିବା ସହ ଖୁବ ଶୀଘ୍ର ଅନ୍ୟ ମାନଙ୍କ ଗିରଫ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.