ETV Bharat / state

ଫୋକସରେ ଉଚ୍ଚଶିକ୍ଷା, ଅଧ୍ୟାପକଙ୍କୁ ଜଗିବ ବାୟୋମାଟ୍ରିକ - ଉଚ୍ଚଶିକ୍ଷା

କଲେଜମାନଙ୍କର ସ୍ମାର୍ଟ କ୍ଲାସ ରୁମ୍, ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ନେଇ ସବୁ କଲେଜର ପ୍ରିନସିପାଲଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିସ୍ତାର ଭାବେ ଆଲୋଚନା କରିଛନ୍ତି । ଏପଟେ ଏଣିକି ଅଧ୍ୟପକଙ୍କୁ ବାୟୋମାଟ୍ରିକ ଜଗିବ ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 29, 2019, 7:13 PM IST

Updated : Jun 30, 2019, 12:00 AM IST

ଭୁବନେଶ୍ବର: ଉଚ୍ଚ ଶିକ୍ଷାରେ ସଂସ୍କାର ଓ ଉନ୍ନତି ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ଶନିବାର ସମସ୍ତ ସରକାରୀ କଲେଜର ପ୍ରିନସିପଲଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଲେଜ ମାନଙ୍କର ସ୍ମାର୍ଟ କ୍ଲାସ ରୁମ୍, ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ନେଇ ବିସ୍ତାର ଭାବେ ଆଲୋଚନା କରାଯାଇଛି । ଏହାସହ କଲେଜର ଭିତ୍ତିଭୂମି ଉନ୍ନତି ଓ ପରିଚାଳନା ନେଇ ମଧ୍ୟ ଆଲୋଚନା ହୋଇଛି ।

ପ୍ରତ୍ୟୋକ କ୍ୟାମ୍ପସରେ କିପରି ଆଇନ ଶୃଙ୍ଖଳା ବଜାୟ ରହିବ ସେ ନେଇ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଅଧ୍ୟାପକଙ୍କ ଅଧ୍ୟାପନ ସମୟସୀମା 5 ଘଣ୍ଟା ଥିବା ବେଳେ ଏହା ସୀମିତ ନୁହେଁ ବୋଲି ଉଚ୍ଚ ଶିକ୍ଷା ସଚିବ ପାର୍ଥ ସାରଥୀ ମିଶ୍ର କହିଛନ୍ତି । ଏଣିକି ଅଧ୍ୟାପକମାନେ ଅନ୍ୟ କାମରେ ସହଯୋଗ କରିବେ । ବିଭିନ୍ନ ସରକାରୀ କର୍ଯ୍ୟକ୍ରମରେ ନୋଡାଲ ଅଫିସର ଭାବେ କର୍ଯ୍ୟ କରିବା ସହ ଇ ଗଭର୍ଣ୍ଣାର୍ସ କାମ , ଆଡମିଶନ କାର୍ଯ୍ୟ କରିବେ । ଏସବୁ କାମକୁ ପ୍ରିନ୍ସିପାଲ୍ ତଦାରଖ କରିବେ ବୋଲି ମିଶ୍ର କହିଛନ୍ତି । ବର୍ତ୍ତମାନ ସୁଦ୍ଧା 16ଟି କଲେଜରେ ବାୟୋମାଟ୍ରିକ ବ୍ୟବସ୍ଥା କରାଯାଇଥିବା ବେଳେ ଖୁବ ଶିଘ୍ର ଅନ୍ୟ କଲେଜମାନଙ୍କରେ ବାୟୋମାଟ୍ରିକ ଲଗାଯିବ ବୋଲି ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଉଛଶିକ୍ଷା ର ସଂସ୍କାର ଓ ଉନ୍ନତି ପାଇଁ ସରକାର ନୂଆ ପଦକ୍ଷେପ ଆପଣେବାକୁ ଯାଉଛନ୍ତି ।ଆଜି ଏନେଇ ସମସ୍ତ ସରକାରୀ କଲେଜ ର ପ୍ରିନ୍ସିପାଲ୍ ମାନଙ୍କ ସହ ବୈଠକ ରେ ଆଲୋଚନା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ।

କଲେଜ ମାନଙ୍କର ସ୍ମାର୍ଟ କ୍ଲାସ ରୁମ୍ ।ପାଙ୍କା ପଡିଥିବା ଅଧ୍ୟାପକ ପୂରଣ ନେଇ ବିସ୍ତାର ଭାବେ ଆଲୋଚନା କରାଯାଇଛି ।ଏହା ସହ କଲେଜର ଭିତ୍ତିଭୂମି ,ଉନ୍ନତି ପରିଚାଳନା ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି ।
ପରିକ୍ଷା ପରିଚାଳନା ସହ ବିଭିନ୍ନ କଲେଜ ରେ କେଉଁ ସମସ୍ୟା ରହିଛି ସେନେଇ ମଧ୍ୟ ଆଲୋଚନା ହୋଇଛି ।

ଏହା ସହ ୫ଘଣ୍ଟା ଧରି ଅଧ୍ୟାପକ ମାନେ କ୍ଲାସ ନେଇସାରିବା ପରେ ଘରକୁ ପଳାଉଥିଲେ ।ଏଣିକି ଅନ୍ୟ କାମ ରେ ସହଯୋଗ କରିବେ ।ବିଭିନ୍ନ  ସରକାରୀ କର୍ଯ୍ୟକ୍ରମରେ ନୋଡାଲ ଅଫିସର ଭାବେ କର୍ଯ୍ୟ କରିବେ  ।ଇ ଗଭର୍ଣ୍ଣାର୍ସ କାମ ,ଆଡମିଶନ କାର୍ଯ୍ୟ କରିବେ  ଏସବୁ କାମକୁ ପ୍ରିନ୍ସିପାଲ୍ ତଦାରଖ କରିବେ ।ଏହାସହ ୧୬ଟି କଲେଜ୍ ରେ ବାୟୋମେଟ୍ରିକ୍ ଲଗାଯାଇଛି ।ବାକି କଲେଜ ମାନଙ୍କରେ ଖୁବଶୀଘ୍ର ଲଗାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟର ମୋଟ ୫୨ଟି ସରକାରୀ କଲେଜ ରହିଛି ।

ମୁଖ୍ୟତଃ ଭ୍ୟାକେନ୍ସି ପୂରଣ କରିବା ଓ ଭିତ୍ତିଭୂମି ବିକାଶ ମୁଖ୍ୟତଃ ପ୍ରାଥମିକତା ଦିଆଯାଇଛି ।
Last Updated : Jun 30, 2019, 12:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.