ETV Bharat / state

ତିନି ଦିନ ପରେ ମାଉସୀ ଘରେ ପହଞ୍ଚିଲେ ପ୍ରଭୁ ଲିଙ୍ଗରାଜ - ରୁକୁଣା ରଥ

ନୀତି ବିଳମ୍ବ ଯୋଗୁଁ ଅଧା ବାଟରେ ଅଟକି ରହିଲା ରୁକୁଣା ରଥ । ପ୍ରଥମ ଦିନରେ ମାତ୍ର 100 ମିଟର ଗଡିଲା ରଥ । ଏଥିପାଇଁ ପ୍ରଶାସନ ଓ ସେବାୟତ ଉଭୟ ସମଭାବରେ ଦାୟୀ ଥିବା କହିଲେ ବ୍ରାହ୍ମଣ ନିଯୋଗର ସହସମ୍ପାଦକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
author img

By

Published : Apr 15, 2019, 9:42 PM IST

ଭୁବନେଶ୍ୱର: ପ୍ରତିବର୍ଷ ଅଶୋକାଷ୍ଟମୀ ଅବସରରେ ଅନୁଷ୍ଠିତ ହୁଏ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଯାହାକି ଚଳିତ ମାସ 13 ତାରିଖ ରାମନବମୀ ଦିନ ପଡିଥିଲା । ତେବେ ପ୍ରଶାସନର ନୀତି ନିର୍ଘଣ୍ଟ ସମୟ ଠାରୁ ପାଖାପାଖି 2ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ଏହି ଯାତ୍ରା । ପ୍ରଥମ ଦିନରେ ହିଁ ରଥ ମାତ୍ର 100 ମିଟର ଗଡି ରାସ୍ତା ମଝିରେ ଅଟକି ରହିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ୱର

ସେହିପରି ଗତକାଲି ଦ୍ଵିତୀୟ ଦିନରେ ମଧ୍ୟ ରଥ ଯଥା ସ୍ଥାନରେ ପହଞ୍ଚି ନପାରି ବାଟରେ ଅଟକି ରହିଥିଲା। ତେଣୁ ଆଜି ପ୍ରଶାସନ ପକ୍ଷରୁ ପୋଲିସ ଓ ସେବାୟତଙ୍କ ସହାୟତାରେ ପୁଣି ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ନ 3ଟାରୁ ଏହା ଆରମ୍ଭ ହେବା ସହ ସାଢ଼େ 3ଟା ମଧ୍ୟରେ ରଥକୁ ରାମେଶ୍ୱର ଖଳା ନିକଟରେ ପହଞ୍ଚାଯାଇଥିଲା। ରଥ ଉପରେ ନୀତିକାନ୍ତି ସମାପ୍ତ କରିବା ପରେ ଅପରାହ୍ନ ସାଢ଼େ 4ଟା ସମୟରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ପହଣ୍ଡି କରି ରାମେଶ୍ୱର ମନ୍ଦିରର ମାଉସୀ ଘରକୁ ନିଆଯାଇଥିଲା।

ପୂର୍ବରୁ ଏପରି ବିଶୃଙ୍ଖଳା କେବେ ଦେଖା ଯାଇନଥିବାବେଳେ ଏଭଳି ଘଟଣାରେ ଭକ୍ତ ଅସନ୍ତୁଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏଥିପାଇଁ ପ୍ରଶାସନ ଓ ସେବାୟତ ଉଭୟ ସମଭାବରେ ଦାୟୀ ବୋଲି ବ୍ରାହ୍ମଣ ନିଯୋଗର ସହସମ୍ପାଦକ ଟୁଟୁ ପଣ୍ଡା କହିଛନ୍ତି। ଯାହାକୁ ପ୍ରଶାସନ ପକ୍ଷରୁ ସମନ୍ୱୟ ରକ୍ଷା କରାଯାଇ ପାରିଥିଲେ ଏଡାଇ ଯାଇ ପାରିଥାନ୍ତା ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆସନ୍ତା ବୁଧବାର ବାହୁଡା ଯାତ୍ରା ଥିବାବେଳେ ଏପରି ଅଘଟଣ ହେବା ନ ହେବା ଲିଙ୍ଗରାଜଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଏଥିପ୍ରତି ଏବେଠାରୁ ପ୍ରଶାସନ ନଜର ଦେବାସହ ଏହି ଭୁଲ ପାଇଁ ଜନସଧାରଣ କ୍ଷମା କରିଦେବାକୁ ପରୋକ୍ଷରେ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.