ଭୁବନେଶ୍ବର: ଶନିବାର ପ୍ରଭୁ ଲିଙ୍ଗରାଜ ରଥରେ ବିରାଜମାନ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ । ଏଥିଲାଗି ମନ୍ଦିରରେ ରଥଟଣାକୁ ନେଇ ସମସ୍ତ ନୀତି ଚୁଡାନ୍ତ ପର୍ଯାୟରେ ପହଞ୍ଚିଛି । ସେବାୟତଙ୍କ ଠାରୁ ଆରମ୍ଭ କରି କୁମ୍ଭାକାର, ମହାରଣା ନିଜ ନିଜ କାର୍ଯ୍ୟରେ ଲାଗି ପଡିଛନ୍ତି ।
ଶୁକ୍ରବାର ରାତି ସୁଦ୍ଧା ରଥର ସମସ୍ତ କାର୍ଯ୍ୟ ଶେଷ ହେଲାପରେ ପୁର୍ତ୍ତ ବିଭାଗର ଯନ୍ତ୍ରୀମାନେ ଯାଞ୍ଚ କରିବେ । ଏହାପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ ।
ତେବେ ଶୁକ୍ରବାର ଦିନ ରାତିରେ ରଥ ପ୍ରତିଷ୍ଠା ଅନୁଷ୍ଠିତ ହେବ ଏବଂ ନେତ ଉତ୍ସଵ ହୋଇ ରଥରେ ନେତ ଲଗାଯିବ । ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ପହଣ୍ଡି ପରେ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ନୀତି ନିର୍ଘଣ୍ଟ ମଧ୍ୟ ଶେଷ ହୋଇଛି ।
13.04.2019( ଅଶୋକାଷ୍ଟମୀ ରଥଯାତ୍ରା)ର ନୀତି ନର୍ଘଣ୍ଟ:
- ମଙ୍ଗଳ ଆଳତୀ ଓ ଅବକାଶ- ଭୋର 5ଟାରୁ 5ଟା 30
- ସାହାଣମେଲା ଦର୍ଶନ-ଭୋର 5ଟା30ରୁ 6ଟା30
- ରୋଷ ହୋମ ଓ ପାକ କାର୍ଯ୍ୟ- ଭୋର 5ଟା30
- ଛାମୁ ପରିଷ୍କାର -ସକାଳ 6ଟା30ରୁ 7ଟା
- ମହାସ୍ନାନ,ବେଶ,ସୂର୍ଯ୍ୟ ପୂଜା ଓ ଦ୍ବାରପାଳ ପୂଜା- ସକାଳ7ଟାରୁ 8 ଘଟିକା
- ଶ୍ରୀ ଜିଉଙ୍କ ବଲ୍ଲଭ-ସକାଳ 8 ଘଟିକାରୁ 8ଟା20ମିନିଟ୍
- ଶ୍ରୀ ଭୁବନେଶ୍ବରୀଙ୍କ ବଲ୍ଲଭ-ସକାଳ 8ଟା20ମିନିଟ୍ରୁ 8ଟା30 ମିନିଟ୍
- ଶ୍ରୀ ଜିଉଙ୍କ ସକାଳ ଧୂପ- ସକାଳ 8ଟା30 ମିନିଟ୍ରୁ 9ଟା15ମିନିଟ୍
- ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ- ସକାଳ 9ଟା15ମିନିଟ୍ରୁ 9ଟା45 ମିନିଟ୍
- ଭୋଗ ମଣ୍ଡପ- ସକାଳ 9ଟା 45ରୁ 10ଟା45
- ସୂର୍ଯ୍ୟ ପୂଜା- ଦିନ 10ଟା45ରୁ 11 ଘଟିକା
- ଦ୍ବାରପାଳ ପୂଜା- ଦିନ 11 ଘଟିକାରୁ 11ଟା15
- ମହାସ୍ନାନ- ଦିନ 11ଟା15ରୁ 11ଟା 30ମିନିଟ୍
- ବେଶ- ଦିନ 11ଟା 30ମିନିଟ୍ରୁ 12 ଘଟିକା
- ଯାତ୍ରା ପୂଜା- ମଧ୍ୟାହ୍ନ 12 ଘଟିକାରୁ 12ଟା30
- ଶ୍ରୀ ଜୀଉଙ୍କ ପହଣ୍ଡି ଓ ରଥାରୁଢ- ଅପରାହ୍ନ 12ଟା30ରୁ 1ଟା45
- ରଥର ପୂଜା- ଅପରାହ୍ନ 1ଟା45ମିନିଟ୍ରୁ 4 ଘଟିକା
- ରଥଟଣା ଆରମ୍ଭ- 4ଘଟିକା
- ଶ୍ରୀ ରାମେଶ୍ବର ମନ୍ଦିରକୁ ବିଜେ- ସନ୍ଧ୍ୟା 7ଟା30ମିନିଟ୍
- ଶ୍ରୀ ଜୀଉଙ୍କ ଅନ୍ୟାନ୍ୟ ନୀତି- ସନ୍ଧ୍ୟା 7ଟା30ମିନିଟ୍ରୁ ଆରମ୍ଭ
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାଶ, ଇଟିଭି ଭାରତ