ETV Bharat / state

ଉପ-ବାଚସ୍ପତି ହେବେ ରଜନୀକାନ୍ତ ସିଂ !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ସେପଟେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପ ମୁଖ୍ୟ ସଚେତକ ରୁପେ ଦାୟିତ୍ବ ଦେଲେ ସୁପ୍ରିମୋ ।

author img

By

Published : Jun 7, 2019, 6:45 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ବିଧାନସଭାକୁ ମିଳିବ ନୂଆ ଉପ-ବାଚସ୍ପତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ଉପ-ବାଚସ୍ପତି ପ୍ରାର୍ଥୀ ରୁପେ ମନୋନୀତ କରିଛନ୍ତି । ସେହିପରି ସରକାରୀ ଉପ ମୁଖ୍ୟ ସଚେତକ ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନାମରେ ମୋହର ମାରିଛନ୍ତି ନବୀନ ।

ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା 112 ଥିବାବେଳେ ରଜନୀକାନ୍ତ ଉପ-ବାଚସ୍ପତି ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ଏ ନେଇ ଦଳର ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଏକ ପ୍ରେସ ଇସ୍ତହାର ଜାରି କରି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.