ETV Bharat / state

ଶୂନ୍ୟକାଳରେ ଉଠିଲା ଘରୋଇ ହସ୍ପିଟାଲର ଶୋଷଣ ପ୍ରସଙ୍ଗ - mohan majhi

ଶୂନ୍ୟକାଳରେ ଗୃହରେ ଘରୋଇ ହସ୍ପିଟାଲର ଶୋଷଣ ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଫିସର ସ୍ତରୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Jul 1, 2019, 1:11 PM IST

Updated : Jul 1, 2019, 5:33 PM IST

ଭୁବନେଶ୍ୱର: ରାଜ୍ୟର ଘରୋଇ ଡାକ୍ତରଖାନାରେ ଗରିବ ରୋଗୀଙ୍କୁ ଶୋଷଣ କରାଯାଉଛି । ସୋମବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପତ୍ର ମଧ୍ୟ ଏହି ପ୍ରସଙ୍ଗରେ ରୁଲିଂ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ନିକଟରେ କଳିଙ୍ଗ ହସ୍ପିଟାଲରେ ସଚିନ ବାରିକ ନାମକ ଜଣେ ଯୁବକର ମୃତ୍ୟୁ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ଛାଡିନଥିଲେ। ଏଥିରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ହସ୍ତକ୍ଷେପ କରିଥିଲେ। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରିଥିବା ଗତ ଶୁକ୍ରବାର ବିଧାନସଭାରେ ଅଭିଯୋଗ ହୋଇଥିଲା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଭଳି ଘଟଣା ପ୍ରତିଦିନ ଘଟୁଛି । କେବଳ କଳିଙ୍ଗ ହସ୍ପିଟାଲ ନୁହେଁ, ସବୁ ଘରୋଇ ଡାକ୍ତରଖାନାରେ ଘଟୁଛି । ଓଡିଶା ଚିକିତ୍ସା ପାଣ୍ଠିରେ ଗରିବ ଲୋକଙ୍କ ମାଗଣା ଚିକିତ୍ସା କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । କିନ୍ତୁ ଘରୋଇ ଡାକ୍ତରଖାନା ଏହି ନିର୍ଦ୍ଦେଶକୁ ମାନୁନାହାନ୍ତି । ବକେୟା ଅର୍ଥ ଦିଆନଯିବା ପର୍ଯ୍ୟନ୍ତ ମୃତଦେହ ଛାଡୁନାହାନ୍ତି । ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁଯାୟୀ ଏହା ବେଆଇନ ବୋଲି ମୋହନ ଅଭିଯୋଗ କରିଥିଲେ।

ବାଚସ୍ପତି ଏହି ପ୍ରସଙ୍ଗରେ ରୁଲିଂ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ଅଫିସର ସ୍ତରରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଘରୋଇ ଡାକ୍ତରଖାନା ବିରୋଧରେ ଆସୁଥିବା ଅଭିଯୋଗର ଅନୁଧ୍ୟାନ କରିବ। ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଯେ, କେବଳ ବିଧାୟକ କାହିଁକି ସାଧାରଣ ଲୋକେ ବି ନିର୍ଦ୍ଧିଷ୍ଟ ଅଭିଯୋଗ ଆଣିଲେ କାର୍ଯ୍ୟାନୁଷ୍ଠାନ ହେବ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ଭୁବନେଶ୍ୱର () ରାଜ୍ୟର ଘରୋଇ ଡାକ୍ତରଖାନାରେ ଗରିବ ରୋଗୀଙ୍କୁ ଶୋଷଣ କରାଯାଉଛି । ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପତ୍ର ମଧ୍ୟ ଏହି ପ୍ରସଙ୍ଗରେ ରୁଲିଂ ଦେଇଛନ୍ତି । 

ନିକଟରେ କଳିଙ୍ଗ ହସ୍ପିଟାଲରେ ସଚିନ ବାରିକ ନାମକ ଜଣେ ଯୁବକର ମୃତ୍ୟୁ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ଛାଡିନଥିଲେ । ଏଥିରେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ହସ୍ତକ୍ଷେପ କରିଥିଲେ । କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଗତ ଶୁକ୍ରବାର ବିଧାନସଭାରେ ଅଭିଯୋଗ ହୋଇଥିଲା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଭଳି ଘଟଣା ପ୍ରତିଦିନ ଘଟୁଛି । କେବଳ କଳିଙ୍ଗ ହସ୍ପିଟାଲ ନୁହେଁ, ସବୁ ଘରୋଇ ଡାକ୍ତରଖାନାରେ ଘଟୁଛି । ଓଡିଶା ଚିକିତ୍ସା ପାଣ୍ଠିରେ ଗରିବ ଗୁରୁବା ଲୋକଙ୍କ ମାଗଣା ଚିକିତ୍ସା କରିବାକୁ ସ୍ପଷ୍ଟ ନିର୍ଦେଶ ରହିଛି । କିନ୍ତୁ ଘରୋଇ ଡାକ୍ତରଖାନା ଏହି ନିର୍ଦେଶକୁ ମାନୁନାହାନ୍ତି । ବକେୟା ଅର୍ଥ ଦିଆନଯିବା ପର୍ଯ୍ୟନ୍ତ ମୃତଦେହ ଛାଡୁନାହାନ୍ତି । ସୁପ୍ରିମକୋର୍ଟଙ୍କ ଏକ ରାୟ ଅନୁଯାୟୀ ଏହା ବେଆଇନ ବୋଲି ମୋହନ ଅଭିଯୋଗ କରିଥିଲେ।  

ବାଚସ୍ପତି ଏହି ପ୍ରସଙ୍ଗରେ ରୁଲିଂ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରି ଅଫିସର ସ୍ତରରେ ଏକ କମିଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି କମିଟି ଘରୋଇ ଡାକ୍ତରଖାନା ଉପରେ ଆସୁଥିବା ଅଭିଯୋଗର ଅନୁଧ୍ୟାନ କରନ୍ତୁ । ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଯେ, କେବଳ ବିଧାୟକ କାହିଁକି ସାଧାରଣ ଲୋକେ ବି ନିର୍ଦ୍ଧିଷ୍ଟ ଅଭିଯୋଗ ଆଣିଲେ କାର୍ଯ୍ୟାନୁଷ୍ଠାନ ହେବ  ।
ବାଇଟ - ମୋହନ ମାଝୀ, ବିରୋଧୀଦଳ ମୁଖ୍ୟ ସଚେତକ
ବାଇଟ - ନବ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ
(All bytes sent in LiveU)
Last Updated : Jul 1, 2019, 5:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.