ETV Bharat / state

ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କୁ ଘେରିଲା ବିଜେପି ମହିଳା ମୋର୍ଚ୍ଚା

author img

By

Published : Feb 11, 2019, 8:57 AM IST

ଯେଉଁ ବୟସରେ ନିଜେ ଖେଳିବା କଥା ସେ ବୟସରେ ପିଲା ଜନ୍ମ କରୁଛନ୍ତି ଆବାସିକ ବିଦ୍ୟାଳୟରେ ରହି ଅଧ୍ୟୟନ କରୁଥିବା ଅନ୍ତେବାସୀ। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା।

ଫଚୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: ଯେଉଁ ବୟସରେ ନିଜେ ଖେଳିବା କଥା ସେ ବୟସରେ ଛୁଆ ଜନ୍ମ କରୁଛନ୍ତି ଆବାସିକ ବିଦ୍ୟାଳୟରେ ଅଧ୍ୟୟନରତଃ ଅନ୍ତେବାସୀ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଆଖି ଆଗରେ ଚୋରାଚାଲାଣ ହେଉଛନ୍ତି ରାଜ୍ୟର ମହିଳା । ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା।

ପ୍ରକାଶ ଯେ 2017 ମସିହା ଡିସେମ୍ବରରେ ରାଉରକେଲାର ଜଣେ ଝିଅ ଅପହରଣର ଶିକାର ହୋଇଥିଲା। ଯାହାକୁ ନେଇ ଝିଅର ବାପା ପୋଲିସ ପାଖରେ ଅଭିଯୋଗ କରିବା ପରେ ରାଜସ୍ଥାନରୁ ମିଳିଥିଲା ଝିଅ । ହେଲେ ଝିଅଟିକୁ ପରିବାରକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ ବେଖାତିର କରି ପୁଣି ରାଜସ୍ଥାନକୁ ଫେରାଇ ଦେଇଥିଲା ପୋଲିସ । ପରେ ଏନେଇ ଝିଅର ବାପା ମାଜିଷ୍ଟ୍ରେଟ୍‌, କଲେକ୍ଟରଙ୍କ ସମେତ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ନିଆଯାଇ ନଥିଲା କୌଣସି ପଦକ୍ଷେପ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର
undefined

ରାଜ୍ୟ ପୋଲିସର ଅପାରଗତା ଓ ସ୍ଥାଣୁତାରେ ନିରାଶ ହୋଇ ଶେଷରେ ଦିଲ୍ଲୀ ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ଝିଅର ବାପା । ଫଳରେ ଅଭିଯୋଗର ମାତ୍ର ଦୁଇ ଦିନ ପରେ ଅର୍ଥାତ ଗତ 5 ତାରିଖରେ କମିଶନ ଓ ରାଜସ୍ଥାନ ପୋଲିସର ସହାୟତାରେ ଉଦ୍ଧାର ହୋଇଥିଲା ଅପହୃତ ଝିଅ । ବର୍ତ୍ତମାନ ଝିଅଟିକୁ ଦିଲ୍ଲୀର ଏକ ଆଶ୍ରୟ ଗୃହରେ ରଖାଯିବା ସହ ଘଟଣାରେ ଖିଲାପ ଅଧିକାରୀଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଥିଲେ ଦିଲ୍ଲୀ ମହିଳା କମିଶନ ସ୍ୱାତି ମାଲିୱାଲା।

ହେଲେ ଚିଠି ପାଇବାର ତିନି ଦିନ ବିତିଥିଲେ ମଧ୍ୟ ଏଯାଏଁ କୌଣସି ଉତ୍ତର ରଖି ନାହାଁନ୍ତି ମୁଖ୍ୟମନ୍ତ୍ରୀ। କି ଏଯାଏଁ କୌଣସି ଖିଲାପ ଅଧିକାରୀଙ୍କୁ ଗିରଫ ମଧ୍ୟ କରାଯାଇ ନାହିଁ । ଫଳରେ ଭାରତ କେ ମନ୍‌ କି ବାତ୍‌ ମୋଦି କେ ସାଥ୍ କାର୍ଯ୍ୟକ୍ରମରେ ଏହାର ଜବାବ ମାଗିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ।

ତାଙ୍କର କହିବା ଅନୁଯାୟୀ ଗତ ବର୍ଷ ମୋଟ୍‌ 1465ଟି ଅପହରଣ ମାମଲା ରୁଜୁ ହୋଇଥିଲେ ମଧ୍ୟ ରାଜ୍ୟ ପୋଲିସ ଗୋଟିଏ ହେଲେ ବି ମାମଲାର ତଦନ୍ତ କରି ନାହିଁ କିମ୍ବା କାହାକୁ ଉଦ୍ଧାର ମଧ୍ୟ କରି ନାହିଁ । ଯାହା ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ସରକାରଙ୍କ ସ୍ଥାଣୁତାକୁ ସୂଚାଉଛି ବୋଲି କହିଛନ୍ତି ସେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.