ETV Bharat / state

ନିର୍ବାଚନ ହିଂସା: ବିଜେଡି ବିରୋଧରେ ବିଜେପି-କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି - congress

ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଏଥିରେ ବିଜେଡି ଜଡିତ ଥିବା ଦର୍ଶାଇ କଂଗ୍ରେସ ଏବଂ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଡିଜାଇନ ଫଟୋ
author img

By

Published : Apr 22, 2019, 2:59 PM IST

ଭୁବନେଶ୍ବର: ଏପ୍ରିଲ 23 ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ପ୍ରକାରର ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତାକାଲି ରାଜ୍ୟର ଯେଉଁ ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବାକୁ ଯାଉଛି, ସେଠାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଯାହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଏ ପ୍ରସଙ୍ଗରେ ଉଭୟ ବିଜେପି ଏବଂ କଂଗ୍ରେସ, ବିଜେଡିକୁ ଟାର୍ଗେଟ କରିଛନ୍ତି।

ଗତକାଲି ରାତିରେ ପୁରୀର ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ସେଠାକୁ ଚଢ଼ାଉ କରିବାକୁ ଯାଇଥିଲା । ସେହି ସମୟରେ ନିଜେ ପ୍ରଦୀପ ମହାରଥୀ ଫାର୍ମ ହାଉସ୍ ଭିତରେ ପଶି ଟିମ୍‌ର ସଦସ୍ୟଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ରବିନାରାୟଣ ଅଭିଯୋଗ କରିଛନ୍ତି ।

ଏ ପ୍ରସଙ୍ଗରେ ରାଜ୍ୟ ବିଜେପିର ଏକ ଟିମ୍‌ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଦୀପ ମହାରଥୀଙ୍କୁ ଗିରଫ କରିବା ପାଇଁ ଦାବି କରିଛି। ଏହା ସହ ମଧ୍ୟ ଭୁବନେଶ୍ୱରରେ ଦଳୀୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମା ମାଡ ଘଟଣାରେ ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଏହାସହ ଘସିପୁରା ନିର୍ବାଚନମଣ୍ଡଳୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ବିଜେଡି ଆକ୍ରମଣ କରିଥିବା ନେଇ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ।

ଭୁବନେଶ୍ୱରରୁ ତପନ ଦାସ, ଈଟିଭି ଭାରତ

Intro:Body:

sd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.