ETV Bharat / state

ଆଜିଠୁ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ - bbsr

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହାର ଦ୍ଵିତୀୟ ପର୍ଯ୍ୟାୟର ମୂଲ୍ୟାୟନ ୨୩ ତାରିଖରୁ ଆରମ୍ଭ ହେବ।

ଫଟୋ ସୌଜନ୍ୟ: ସମ୍ବାଦଦାତ, ଭୁବନେଶ୍ବର
author img

By

Published : Apr 8, 2019, 3:09 PM IST

ଭୁବନେଶ୍ବର: ଯୁକ୍ତ ୨ ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟର ମୂଲ୍ୟାୟନ ଆରମ୍ଭ ହୋଇଛି । ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟର ମୂଲ୍ୟାୟନ ୨୩ ତାରିଖରୁ ଆରମ୍ଭ ହେବ। ତେବେ ଯେଉଁ ଜିଲ୍ଲାରେ ନିର୍ବାଚନ ରହିଛି ୪ ଦିନ ଧରି ଏହା ବନ୍ଦ ରହିବ। ସମୂଦାୟ ୫୮ଟି ଅଫ୍ ଲାଇନ୍ ପରୀକ୍ଷା କେନ୍ଦ୍ର ଓ ୩୭ଟି ଅନଲାଇନ ମୂଲ୍ୟାୟନ କେନ୍ଦ୍ର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ଅନଲାଇନ ୩ଟି ନୂଆ ସ୍ଥାନରେ ହୋଇଛି। ଆନନ୍ଦପୁର, କୁଚିଣ୍ଡା କଲେଜ, ଖରିଆର କଲେଜ ୩ଟିରେ ନୂଆ କେନ୍ଦ୍ର କରାଯାଇଛି। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସୁବିଧା ପାଇଁ ଭୁବନେଶ୍ୱରର ବିଜେବି କଲେଜ, ମହର୍ଷି କଲେଜ ଓ ରାଜଧାନୀ କଲେଜରେ ମଧ୍ୟ ୩ଟି କେନ୍ଦ୍ର କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୩୫୯୦ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପିଲାଙ୍କର ମୂଲ୍ୟାଙ୍କନ କରିବା ପାଇଁ ନିଯୁକ୍ତି କରାଯାଇଛି। ଏହାବ୍ୟତୀତ ଅଫ୍ ଲାଇନରେ ରାଜନୀତି ବିଜ୍ଞାନ, ହିନ୍ଦୀ, ଉର୍ଦ୍ଦୁ, ଓଡ଼ିଆ ଓ ସଂସ୍କୃତ ଇତ୍ୟାଦି ଏଥିରେ ୪୧୩୨ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତ କରାଯାଇଛି ।

ଯେଉଁ କଲେଜରେ ପରୀକ୍ଷାରେ ଅସୁବିଧା ହୋଇଥିଲା, ସେହି କଲେଜର ସିସିଟିଭି ଫୁଟେଜ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କାଉନସିଲର । ଏହା ବ୍ୟତୀତ ଯଥାଶୀଘ୍ର ପରୀକ୍ଷା ଫଳ ବାହାରିବା ନେଇ ଆଶାବାଦୀ ଅଛନ୍ତି । ଯୁକ୍ତ ୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି ।

ମୂଲ୍ୟାୟନକୁ ନେଇ ମହର୍ଷି କଲେଜର ପ୍ରିନସିପାଲ୍ ପୁଷ୍ପଲତା ପରିଜା କହିଛନ୍ତି ଯେ ମହର୍ଷି କଲେଜରେ ସକାଳ ୧୦ଟା ରୁ ଖାତା ଦେଖା ଆରମ୍ଭ ହୋଇଛି । ଅନଲାଇନ ମାଧ୍ୟମରେ ଏବଂ ସମସ୍ତ କେନ୍ଦ୍ରରେ ସିସିଟିଭି ଫୁଟେଜ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

dgvd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.