ETV Bharat / state

ଦଳୀୟ କାର୍ଯ୍ୟାଳୟରେ ମଙ୍ଗୁଳି ଜେନାଙ୍କୁ ଶ୍ରଦ୍ଧାଞ୍ଜଳି

ବିଜେପି ନେତା ମଙ୍ଗୁଳି ଜେନାଙ୍କ ମରଶରୀରକୁ ସୋମବାର ଅପରାହ୍ନରେ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

author img

By

Published : Apr 15, 2019, 8:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଜେପି ନେତା ମଙ୍ଗୁଳି ଜେନାଙ୍କ ମରଶରୀରକୁ ସୋମବାର ଅପରାହ୍ନରେ ଖୋର୍ଦ୍ଧାସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ସେଠାରେ ପହଞ୍ଚି ମୃତ ମଙ୍ଗୁଳି ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ମଙ୍ଗୁଳିଙ୍କ ମରଶରୀରରେ ଦଳୀୟ ପତାକାକୁ ଘୋଡାଯାଇ ଖୋର୍ଦ୍ଧା ଅଭିମୁଖେ ନିଆଯାଇଥିଲା। ସୂଚନା ଅନୁଯାୟୀ ରବିବାର ରାତିରେ ନିର୍ବାଚନୀ ପ୍ରଚାର ସମୟରେ ମଙ୍ଗୁଳିଙ୍କ ଉପରେ କିଛି ଦୁର୍ବୃତ୍ତ ଗୁଳିମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ ମଙ୍ଗୁଳୀ। ଏନେଇ ରାଜନୈତିକ ମାହୋଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଘଟଣାର ଶୀଘ୍ର ତଦନ୍ତ ପାଇଁ ଦାବି କରିଛନ୍ତି ଦଳୀୟ ନେତା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.