ETV Bharat / state

ବିମାନବନ୍ଦରରେ ନୂଆ ନୀତି ଲାଗୁ, ଘରୋଇ ଗାଡିକୁ ଫ୍ରି ପାର୍କିଂ - ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

ଗତ ମାର୍ଚ୍ଚ ୪ ତାରିଖରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଏପ୍ରିଲ୍ ୧ ତାରିଖରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ କରି ପାର୍କିଂ ନୀତି ନିୟମ ଆରମ୍ଭ ହେବ । ଏହି ନିୟମରେ ଘରୋଇ ଗାଡି ଉପରେ ସମ୍ପୂର୍ଣ୍ଣ ରୂପେ ଫି ଛାଡ ହୋଇଥିବାବେଳେ ବ୍ୟବସାୟିକ ଗାଡି ଉପରେ ୪୦ ଟଙ୍କା ଦେୟ ରଖାଯାଇଛି ।

ଫାଇଲ ଫଟୋ
author img

By

Published : Apr 8, 2019, 11:25 PM IST

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବର ବିମାନବନ୍ଦରରେ ଲାଗୁ ହୋଇଛି ନୂଆ ପାର୍କିଂ ନୀତି । ତେବେ ଏହି ନୂଆ ନୀତି ଘରୋଇ ଗାଡି ପାଇଁ ଖୁସି ଖବର ଆଣିଦେଇଛି । ଏହି ନୀତି ଅନୁସାରେ ଘରୋଇ ଗାଡି ପାଇଁ ଏବେ ଆଉ କୌଣସି ଦେୟ ଦେବାକୁ ପଡିବନି ।

ଆଜି ଅପରାହ୍ନରେ ଏହି ନୂଆ ନୀତି ଲାଗୁ ହୋଇଛି । ବିମାନବନ୍ଦରର କର୍ତ୍ତୃପକ୍ଷ ନିଜ ଟ୍ବିଟରରେ ଏହି ସୂଚନା ଦେଇଛନ୍ତି । ଏହା ଅନୁସାରେ ଘରୋଇ ଗାଡିଗୁଡିକୁ ଯାତ୍ରୀଙ୍କୁ ଡ୍ରପ୍ କରିବା ଏବଂ ପିକ୍‌ ଅପ୍‌ କରିବା ପାଇଁ କୌଣସି ପାର୍କିଂ ଦେବାକୁ ପଡିବନି । ତେବେ ପାର୍କିଂରେ ଅପେକ୍ଷା କରିବା ପାଇଁ ଆବଶ୍ୟକ ଅନୁଯାୟୀ ଦେୟ ଲାଗୁ କରାଯିବ ।

Image
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ମାର୍ଚ୍ଚ ୪ ତାରିଖରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଏପ୍ରିଲ୍ ୧ ତାରିଖରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ କରି ପାର୍କିଂ ନୀତି ନିୟମ ଆରମ୍ଭ ହେବ । ଏହି ନିୟମରେ ଘରୋଇ ଗାଡି ଉପରେ ସମ୍ପୂର୍ଣ୍ଣ ରୂପେ ଫି ଛାଡ ହୋଇଥିବାବେଳେ ବ୍ୟବସାୟିକ ଗାଡି ଉପରେ ୪୦ ଟଙ୍କା ଦେୟ ରଖାଯାଇଛି ।

ଏହାସହ ଅପେକ୍ଷା କରି ରହୁଥିବା ଗାଡି ପାଇଁ ଭିନ୍ନ ଭିନ୍ନ ଦେୟ ବ୍ୟବସ୍ଥା ରହିଛି । ଯେପରିକି ଦୁଇ ଚକିଆ ଗାଡି ପାଇଁ ଅଧଘଣ୍ଟା ଅପେକ୍ଷା କଲେ 10 ଟଙ୍କା, 2 ଘଣ୍ଟା ପାଇଁ 15 ଟଙ୍କା ଏବଂ 2 ଘଣ୍ଟାରୁ 7 ଘଣ୍ଟା ଅପେକ୍ଷା କଲେ ଘଣ୍ଟା ପ୍ରତି 5 ଟଙ୍କା ଦେୟ ଲାଗିବ । ସେହିପରି 24 ଘଣ୍ଟା ଅପେକ୍ଷା କଲେ 45 ଟଙ୍କା ଦେୟ ଦେବାକୁ ପଡିବ ବୋଲି ନୂଆ ନିୟମରେ ଉଲ୍ଲେଖ ରହିଛି ।

  • New Car Park Policy implemented from 1400Hrs today. NO charges for pick and drop for private vehicles.Reuest not to park vehicles on lanes or roads to avoid congestion.

    — BPI Airport, AAI,Bhubaneswar (@aaibpiairport) April 8, 2019 " class="align-text-top noRightClick twitterSection" data=" ">

ସେହିପରି କାର, ଅଟୋ, ମିନିବସ୍‌, ଏସୟୁଭି ଓ ଟ୍ରକ ପାଇଁ ଏହି ଦେୟ ଅଧିକ ରହିଛି । ବିଶେଷ କରି 24 ଘଣ୍ଟା ଅପେକ୍ଷା କରିବାକୁ ହେଲେ ଏହି ଅର୍ଥ ବଡ ଗାଡି ପାଇଁ ଅଧିକ ରହିଛି । ତେବେ ସରକାରୀ କାର ଏବଂ ସରକାରୀ ବସ ପାଇଁ ଏହା ଦେୟମୁକ୍ତ ରହିଛି । ଏହି ଖବର ବିମାନବନ୍ଦରକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି । କାରଣ ଏଠାରେ ଅଧିକାଂଶ ଯାତ୍ରୀ ନିଜ ପ୍ରାଇଭେଟ ଗାଡି ଅଥବା ଭଡାଗାଡିରେ ଆସିଥାନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବିକାଶ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.