ETV Bharat / state

ପୁନରୁଦ୍ଧାର ନ ସରିବା ପର୍ଯ୍ୟନ୍ତ ଓଡିଶାରେ ରହିବ ଏନଡିଆରଏଫ: ଡିଜି - funy cyclone

ପୁନରୁଦ୍ଧାର କାର୍ଯ୍ୟ ନସରିବା ଯାଏଁ ଏନଡିଆରଏଫ ଟିମ ଓଡିଶାରେ ରହିବ ବୋଲି ଜଣାଇଛନ୍ତି ଡିଜି ଏସଏନ ପ୍ରଧାନ ।

ଫଟୋ ସୌଜନ୍ୟ: ଟ୍ୱିଟର@NDRFHQ
author img

By

Published : May 11, 2019, 3:41 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି' ର ତାଣ୍ଡବରେ ଛାରଖାର ହୋଇଯାଇଛି ଉପକୂଳ ଓଡିଶା । ଏହାଯୋଗୁଁ ପ୍ରଭାବିତ ହୋଇଛି ରାସ୍ତାଘାଟ, ପରିବହନ ଏବଂ ବିଜୁଳି ଭଳି ଅତ୍ୟାବଶ୍ୟକ ସେବା। ଅନ୍ୟପଟେ ଏହାର ପ୍ରଭାବରେ ବ୍ୟାହତ ହୋଇଛି ସାଧାରଣ ଜୀବଯାତ୍ରା। ଝଡ ପରେ ଦେଖାଦେଇଥିବା ସ୍ଥିତିକୁ ସୁଧାରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି ବୋଲି କହିଛନ୍ତି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର (ଏନଡିଆରଏଫ) ଡିଜି ଏସଏନ ପ୍ରଧାନ ।

ଏନଡିଆରଏଫ ପକ୍ଷରୁ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମତ ରଖି ଡିଜି କହିଛନ୍ତି, "ପ୍ରାୟ 50ଟି ଟିମ ବର୍ତ୍ତମାନ ଏଥିରେ ନିୟୋଜିତ ଅଛନ୍ତି । ପୂର୍ବରୁ 44ଟି ୟୁନିଟ ମାଧ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରାଯାଉଥିଲା । ପରେ କୋଲକାତାରୁ ଆହୁରି 6ଟି ଟିମ ଆସି ଆସିଛନ୍ତି । ସେମାନେ ଗ୍ୟାସ ଏବଂ ପ୍ଲାଜମା କଟର ସହ ଓଡିଶାରେ ଆସି ପହଞ୍ଚିଛନ୍ତି । ଯଦି ଆବଶ୍ୟକ ପଡେ ଆହୁରି ଅଧିକ ଟିମ ଓଡିଶା ଆସିବେ। ପୁନରୁଦ୍ଧାର କାର୍ଯ୍ୟ ନସରିବା ଯାଏଁ ଏନଡିଆରଏଫରେ ଓଡିଶାରେ ରହିବ । "

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କାର୍ଯ୍ୟ କିପରି ଚାଲିଛି ସେ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଭେଟିଲେ ଆଲୋଚନା ଏନଡିଆରଏଫ ଡିଜି । କେରଳ ବନ୍ୟା ପରେ ଓଡିଶାରେ ଅଧିକ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସେ । ମୁଖ୍ୟତଃ ପାଓ୍ଵାର ରିଷ୍ଟୋରେସନ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି । ପୁରୀରେ ବିଜୁଳି ସେବାକୁ ସ୍ବାଭାବିକ କରିବା ପାଇଁ ସେସୁକୁ ୬ଟି ଟିମ ସହଯୋଗ କରୁଛନ୍ତି । ସାଧାରଣ ଜୀବନଯାତ୍ରାକୁ ଖୁବଶିଘ୍ର ସ୍ବାଭାବିକ କରିବା ଉପରେ ଜୋର ଦିଆଯାଇଛି ।

ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । ଫନି ଗଲା ପରେ ବି ଏହି ଦୁଇ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି । ବାତ୍ୟା ଯିବାର ଚାରି ଦିନ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ଘରେ ଜଳିନି ଚୁଲି । ସେପଟେ ସରକାରୀ ରିଲିଫ ମିଳୁଥିବା ଚୁଡା ଗୁଡ ପ୍ରଭାବିତଙ୍କ ଦି ଓଳି ପେଟ ଭରିବା କଷ୍ଟକର ହୋଇ ପଡିଛି। ବତ୍ୟା ସମୟ ରେ ଲୋକ ଙ୍କୁ ଯେତିକି କଷ୍ଟ ହଉ ଥିଲା ବତ୍ୟା ପରେ ଯନ୍ତ୍ରଣା ଦୁଇ ଗୁଣ ବଢି ଯାଇଛି | ପ୍ରତେକ ଦିନ ଭଳି ଆଜି ବି ଆମ ଇ ଟିଭି ଭାରତ ଟିମ ଯାଇ କି ପହଞ୍ଚି ଥିଲା ଭୁବନେଶ୍ୱର ର ସାଇନ୍ସ ପାର୍କ ପଛ ପଟ ବସ୍ଟି , ଓ ପଚାରି ବୁଝିଥିଲା ସେଠାକାର ବସ୍ତି ବାସିନ୍ଦା ଙ୍କ କଥା ଓ ଶୁଣି ଥିଲା ଲୋକଙ୍କ ବ୍ୟଥା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.