ETV Bharat / state

29ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ମତ ଦେବେ 95 ଲକ୍ଷରୁ ଊର୍ଦ୍ଧ୍ବ ଭୋଟର

ଆସନ୍ତା 29 ତାରିଖରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ମୋଟ 95 ଲକ୍ଷ 14 ହଜାର 883 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବାର ସୂଚନା ରହିଛି ।

author img

By

Published : Apr 13, 2019, 10:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 29 ତାରିଖରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ଏଥିରେ 6ଟି ଲୋକସଭା ଆସନ ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ଏହା ଅଧୀନସ୍ଥ 42ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ।

ସୂଚନା ଅନୁଯାୟୀ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୋଟ୍‌ 52 ଜଣ ପାର୍ଥୀ ପ୍ରତିଦ୍ବନ୍ଦିତା କରିବେ । ସେହିପରି ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ 346 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ । 346 ପ୍ରାର୍ଥୀଙ୍କ ମଧ୍ୟରେ 311 ଜଣ ପୁରୁଷ, 34 ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି ।

ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍‌ 10,792 ବୁଥ୍‌ରେ 49,08,575 ପୁରୁଷ ଭୋଟର ଓ 46,05,694 ମହିଳା ଭୋଟର ନିଜ ମତ ସାବ୍ୟସ୍ତ କରିବେ । ସେହିପରେ 615 ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ 95 ଲକ୍ଷ 14 ହଜାର 883 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବାର ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାର

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.