ଭୁବନେଶ୍ବର: ବିଧାନସଭାରେ କ’ଣ କରନ୍ତି ଆମ ନେତାଏଁ ? ଗଣତନ୍ତ୍ରର ମନ୍ଦିରରେ ବିଧାୟକଙ୍କ ଭୂମିକା କେତେ ? ଲୋକଙ୍କ ସମସ୍ୟା ଉପରେ ଆଲୋଚନା, ପର୍ଯ୍ୟାଲୋଚନା ନା ଅନନ୍ତ ଶୟନ ? ବିଧାନସଭାରେ ଶୟନମୁଦ୍ରାରେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା ।
ବିଷ୍ଣୁଙ୍କ ପରେ ପଦ୍ମନାଭ । ବିଧାୟକଙ୍କ ପରେ ମନ୍ତ୍ରୀ । ବିଧାନସଭା ଅଧିବେଶନବେଳେ ନେତାଙ୍କ ଶୟନମୁଦ୍ରା । ଆଜି ଅଧିବେଶନବେଳେ ଦେଖିବାକୁ ମିଳିଛି ଏଭଳି କିଛି ଚିତ୍ର । ନିଘୋଡ ନିଦରେ ଶୋଇପଡିଥିଲେ ଯୋଜନା ଓ ସମନ୍ବୟ ମନ୍ତ୍ରୀ । ମନେ ହେଉଥିଲା ରାଜ୍ୟପାଇଁ ଶୟନମୁଦ୍ରାରେ ଯୋଜନା କରୁଛନ୍ତି । ଯେଉଁଠି ରାଜ୍ୟ ଶାସନର ଖସଡା ପ୍ରସ୍ତୁତ ଏବଂ ବିଭିନ୍ନ ସମସ୍ୟା ନେଇ ଆଲୋଚନା ପର୍ଯ୍ୟାଲୋଚନା ହୁଏ, ତାହା ଏବେ ଆମ ଲୋକ ପ୍ରତିନିଧିଙ୍କ ରେଷ୍ଟ ହାଉସ ପରି ମନେ ହେଉଛି ।