ଭୁବନେଶ୍ବର: ଦୁର୍ବଳ ହୋଇଛି ଚଳିତ ମୌସୁମୀ । ଶ୍ରାବଣ ଆସିଲାଣି ହେଲେ ବର୍ଷାର ଦେଖାନାହିଁ । ଜୁନରେ 33 ମିଲିମିଟର ବର୍ଷା ହେବା ସହ ଜୁଲାଇ ଦୁଇ ସପ୍ତାହ ପର୍ଯ୍ୟନ୍ତ 17 ମିଲିମିଟର କମ ବର୍ଷା ରେକର୍ଡ ହୋଇଛି । ତେବେ ଗତ 2 ମାସ ମଧ୍ୟରେ 26 ମିଲିମିଟର କମ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି ।
ଗଜପତି ଜିଲ୍ଲାରେ ସର୍ବାଧିକ 51, ତା' ପଛକୁ ବାଲେଶ୍ବରରେ 49, ତୃତୀୟରେ ରାୟଗଡ଼ା 44 ମିଲିମିଟର କମ ବର୍ଷା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନ୍ୟପଟେ କୋରାପୁଟରେ ଆଜି ଯାଏ ସ୍ବାଭାବିକ ଠାରୁ 7 ମିଲିମିଟର ବର୍ଷା ଅଧିକ ହୋଇଛି ।
ଏପରିକି ଅନୁଗୋଳରେ 35, ବରଗଡରେ 11, ଭଦ୍ରକରେ 16, ବଲାଙ୍ଗୀର 37, କଟକ 3, ଦେବଗଡରେ 33 ଓ ଢେଙ୍କାନାଳରେ 8 ପ୍ରତିଶତ କମ ବର୍ଷା ହୋଇଥିବାର ଆକଳନ କରାଯାଇଛି । ତେବେ ବାକି ଅନ୍ୟ ଜିଲ୍ଲାମାନଙ୍କରେ ସ୍ବାଭାବିକ ବର୍ଷା ଠାରୁ କମ ବର୍ଷା ହୋଇଛି । ବର୍ଷା ଅଭାବରୁ ଧାନ କେରା ପାଚିବାକୁ ବସିଥିବା ବେଳେ ଚାଷୀକୂଳଙ୍କୁ ଚିନ୍ତା ଘାରିଛି ।
ତେବେ ଆଗାମୀ ଦିନରେ ଦକ୍ଷିଣ ଉପକୂଳରେ ଓଡ଼ିଶାରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ 4ରୁ 5 ଧରି ଲଗାଣ ବର୍ଷା ଲାଗି ରହିବ ବୋଲି ଜଣାପଡ଼ିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ