ETV Bharat / state

‘2019 ମହାଲଢେଇରେ ମୁଁ ଅର୍ଜୁନ’ - bjd

2019 ମହାଭାରତରେ ମୁଁ ଯୁଧିଷ୍ଠିରଙ୍କ ପକ୍ଷରେ । ଅର୍ଜୁନଙ୍କ ଭୂମିକା ଲିଭାଇବି । ଆଜି ବିଜେଡିରେ ସାମିଲ ହେବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବରଗଡର ଟାଣୁଆ ନେତା ସୁବାଷ ଚୌହାନ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Mar 27, 2019, 5:34 PM IST

ଭୁବନେଶ୍ୱର: 2019 ନିର୍ବାଚନ କୁରୁକ୍ଷେତ୍ରରେ ମହାଭାରତ ଲଢେଇ ସଦୃଶ । ଏଥିରେ ଯୁଧିଷ୍ଠିର ଭୂମିକାରେ ନବୀନ ପଟ୍ଟନାୟକ ଆଉ ଦୁର୍ଯ୍ୟୋଧନ ଭୂମିକାରେ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହି ମହାଯୁଦ୍ଧରେ ସେ ଯୁଧିଷ୍ଠିରଙ୍କ ପକ୍ଷଭୁକ୍ତ ହେବାକୁ ଉଚିତ ବିଚାର କରି ଆଜି ବିଜେଡିରେ ଯୋଗଦେଇଥିବା କହିଛନ୍ତି ପଶ୍ଚିମ ଓଡିଶାର ବରିଷ୍ଠ ନେତା ସୁବାସ ଚୌହାନ । ଏହି ମହାଭାରତରେ ସେ ଯୁଧିଷ୍ଠିରଙ୍କ ସହ ଅର୍ଜୁନ ଭୂମିକାରେ ଅବତୀର୍ଣ୍ଣ ହୋଇ ରାଜ୍ୟ ସାରା ବୁଲି ପ୍ରଚାର କରିବେ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ସୁବାସ ନିଜର ଶତାଧିକ ସମର୍ଥକଙ୍କ ସହ ଆଜି ନବୀନ ବିବାସରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ତାଙ୍କର ଏହି ଯୋଗଦାନ ବିଜେପିର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି । ସୁବାସ ବିଜେପିରୁ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା କରିଥିଲେ । କାରଣ ଗତ ନିର୍ବାଚନରେ ସେ 3 ଲକ୍ଷ 70 ହଜାରରୁ ଅଧିକ ଭୋଟ ପାଇଥିବାବେଳେ ମାତ୍ର 11 ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ଗତ ପାଞ୍ଚ ବର୍ଷ ଧରି ସେ ନିଜ ସଂଗଠନ ବୃଦ୍ଧି କରୁଥିଲେ । କିନ୍ତୁ ଟିକେଟ ନମିଳିବାରୁ ସେ ଦଳ ନେତୃତ୍ୱ ଉପରେ ଅଭିଯୋଗ ଆଣି ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ।

ତେବେ ସୁବାସଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିବା ସହ ତାଙ୍କର ଯୋଗଦାନ ଦଳକୁ ମଜବୁତ କରିବ ବୋଲି ସେ କହିଛନ୍ତି । ସୁବାସଙ୍କ ଯୋଗଦାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ଦୁଃଖିତ । କିନ୍ତୁ ଏହାଦ୍ୱାରା ଦଳ କୌଣସି ଭାବେ ପ୍ରଭାବିତ ହେବନି ।

ସୁବାସଙ୍କ ସହ କୋରାପୁଟ ବିଜେପି ନେତା ହରି ଖେମୁଣ୍ଡୁଙ୍କ ସହ କୋରାପୁଟର ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ସେହିଭଳି ପୂର୍ବତନ ବିଧାୟକ ଦୟାନିଧି କିଷାନଙ୍କ ପୁଅ ଉତ୍ତମ କିଷାନ ମଧ୍ୟ ବଣେଇ ଅଞ୍ଚଳର ବହୁ ବିଜେପି ନେତାଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

FGSDF

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.