ETV Bharat / state

ନବୀନଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ହାଇପ୍ରୋଫାଇଲ ଅତିଥି - nda leader

ମେ 29 ତାରିଖରେ ନବୀନଙ୍କ ପଞ୍ଚମ ପାଳିର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି ।

ଫାଇଲ ଫଟୋ
author img

By

Published : May 27, 2019, 11:28 PM IST

Updated : May 28, 2019, 11:40 AM IST

ଭୁବନେଶ୍ବର: ଆସନ୍ତା ବୁଧବାର ଅନୁଷ୍ଠତି ହେବାକୁ ଯାଉଛି ନବୀନ ସରକାରର ପଞ୍ଚମ ପାଳିର ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଏହି ଉତ୍ସବରେ କିଏ ହେବେ ଅତିଥି ତାକୁ ନେଇ ଚାଲିଛି ଚର୍ଚ୍ଚା । ପୂର୍ବ ଘୋଷଣା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି । ସେହିପରି ଏନଡିଏର କିଛି ତୁଙ୍ଗ ନେତା ଯେଉଁମାନେ କି ନବୀନଙ୍କ ନିକଟତର ସେମାନଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଡକାଯାଇଛି । ଅଣଏନଡିଏ ମେଣ୍ଟରେ ସାମିଲ ଥିବା ନେତାଙ୍କ ମଧ୍ୟରୁ କାହାରିକୁ ଡକାଯାଇ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଏହାଛଡା କିଛି ବିଶିଷ୍ଟ ଶିଳ୍ପପତିଙ୍କୁ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ରତନ ଟାଟା, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ, ଆଦାନୀଗ୍ରୁପ ମୁଖ୍ୟ, ମୁକେଶ ଅମ୍ବାନୀ ପ୍ରମୁଖ ବିଜିନେସ ଟାଇକୁନମାନଙ୍କୁ ଖୋଜିଛନ୍ତି ନିଜେ ନବୀନ । ଏମାନଙ୍କ ବ୍ୟତୀତ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଯେଉଁମାନେ କି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି ସେମାନଙ୍କୁ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଡକାଯାଇଛି ।

ସାହିତ୍ୟ, କଳା, ସଂସ୍କୃତି ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଡକାଯାଇଛି । ଏହାଛଡା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ଏସବୁ ବାଦ ନବୀନଙ୍କ ପରିବାରର ସଦସ୍ୟ ଭଉଣୀ ଗୀତା ମେହେଟ୍ଟା ଏବଂ ଭିଣୋଇ ମଧ୍ୟ ଉପସ୍ଥିତ ରହିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶପଥ ଉତ୍ସବରେ କିଏ ହେବେ ଅତିଥି। ପୂର୍ବ ଘୋଷଣା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କରାଯାଇଛି। ସେହିପରି ଏନଡିଏ ର କିଛି ତୁଙ୍ଗ ନେତା ଯେଉଁମାନେ କି ନବିନଙ୍କ ନିକଟତର ସେମାନଙ୍କୁ ଡକାଯାଇଛି। ତେବେ ଅଣ ଏନଡିଏ ର କାହାରିକୁ ଡକାଯାଇ ନାହିଁ। ଏହାଛଡା କିଛି ବିଶିଷ୍ଟ ଶିଳ୍ପ ପତି ଙ୍କୁ ନିମନ୍ତ୍ରଣ କରାଯାଇଛି। ରତନ ଟାଟା, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ, ଆଦାନୀ ଗ୍ରୁପ ମୁଖ୍ୟ, ମୁକେଶ ଅମ୍ବାନୀ ପ୍ରମୁଖ ବିଜିନେସ ଟାଇକୁନଙ୍କୁ ଖୋଜିଛନ୍ତି ନବୀନ। ଏମାନଙ୍କ ବ୍ୟତୀତ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଯେଉଁମାନେ କି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି ସେମାନଙ୍କୁ ବି ଖୋଜା ଯାଇଛି। ସାହିତ୍ୟ, କଳା, ସଂସ୍କୃତି, କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଡକାଯାଇଛି। ଏହାଛଡା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବି ନିମନ୍ତ୍ରଣ କରାଯାଇଛି। ସବୁ ବର୍ଗର ପ୍ରତିନିଧିତ୍ଵ ସେଠାରେ ଦେଖିବାକୁ ମିଳିବ। ଏସବୁ ବାଡ଼ ନବିନଙ୍କ ପରିବାରର ସଦସ୍ୟ ଭଉଣୀ ଗୀତା ମେହେଟ୍ଟା, ଭିଣୋଇ, ମଧ୍ୟ ଉପସ୍ଥିତ ରହିବେ।

Body:ବାଇଟ ପ୍ରତାପ ଦେବ ବିଜେଡି ମୁଖପାତ୍ର

Conclusion:
Last Updated : May 28, 2019, 11:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.