ETV Bharat / state

ସମୟ ମାଗିଲେ ସମୀର

ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିବାରୁ ଏବେ ନିର୍ବାଚନ ବ୍ୟସ୍ତତା କାରଣ ହେତୁ ସେ ହାଜର ହୋଇପାରିବେ ନାହିଁ। ତେଣୁ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯାଉ ବୋଲି ସମୀରଙ୍କ ଓକିଲ ଅନୁରୋଧ କରିଛନ୍ତି ।

author img

By

Published : Mar 25, 2019, 7:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ନକଲି ଗୁଇନ୍ଦା ଚିଠି ମାମଲାରେ ଛନ୍ଦି ହୋଇପଡିଥିବା ବିଜେପି ନେତା ସମୀର ମହାନ୍ତି ଥାନାରେ ହାଜର ହେବା ପାଇଁ ପୁଣି ସମୟ ମାଗିଛନ୍ତି । ବର୍ତ୍ତମାନ ନିର୍ବାଚନ ପାଇଁ ସେ ବ୍ୟସ୍ତତା ଅଛନ୍ତି, ତେଣୁ ବ୍ୟକ୍ତିଗତ ଭାବେ ଥାନାରେ ହାଜର ହେବା ପାଇଁ ତାଙ୍କୁ ଆଉ କିଛିଦିନ ସମୟ ଦିଆଯାଉ ବୋଲି ସମୀର ତାଙ୍କ ଓକିଲଙ୍କ ମାଧ୍ୟମରେ ଅନୁରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ଗୁଇନ୍ଦା ବିଭାଗର ଏକ ନକଲି ଚିଠିକୁ ନେଇ ଖାରବେଳ ନଗର ଥାନାରେ ୪୬୫,୪୬୮,୪୬୯,୪୭୧ ଦଫାରେ ମାମଲା ରୁଜୁ ହୋଇଥିଲା ।ଏହି ଘଟଣାର ତଦନ୍ତକାରୀ ଅଫିସର ଆଇପିସି ଧାରା 160 ବଳରେ ବିଜେପିର ତିନିଜଣ ନେତାଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି କରିଥିଲା । ନୋଟିସ ପାଇବା ପରେ ବିଜେପି ନେତା ସମୀର ମହାନ୍ତି ନିଜ ଓକିଲଙ୍କ ଜରିଆରେ ଉତ୍ତର ରଖିଥିଲେ । ପରେ ଆଉ ଦୁଇନେତା ମଧ୍ୟ ତଦନ୍ତକାରୀ ଅଫିସରଙ୍କ ସାମନାରେ ହାଜର ହୋଇଥିଲେ ।

କିନ୍ତୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ପୋଲିସ ନୋଟିସ କରିଥିବାରୁ ଏବେ ନିର୍ବାଚନୀ ବ୍ୟସ୍ତତା କାରଣ ହେତୁ ସେ ହାଜର ହୋଇପାରିବେ ନାହିଁ। ତେଣୁନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯାଉ ବୋଲି ସମୀରଙ୍କ ଓକିଲ ଅନୁରୋଧ କରିଛନ୍ତି ।

ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ

Intro:ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ସୋମବାର ଠାରୁ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସମୁଦାୟ ୩୩ଗୋଟି ପ୍ରାର୍ଥୀ ପତ୍ର ପ୍ରାର୍ଥୀମାନେ ଉଭୟ ବୌଦ୍ଧ ଓ କଣ୍ଟାମାଳ ଆସନ ନିମନ୍ତେ ନେଇଥିଲେ ମଧ୍ୟ ବୌଦ୍ଧ ଆସନ ନିମନ୍ତେ ସୋମବାର କେବଳ ବିଜେଡି ଓ ସିପିଆଇ ତଥା କଂଗ୍ରେସ ମେଣ୍ଟ ପ୍ରାର୍ଥୀ ଦୁଇ ଜଣ ନାମାଙ୍କନ ଦାଖଲ କରିଥିଲେ । ଅନ୍ୟ ଜଣେ ପ୍ରାର୍ଥୀ ଙ୍କ ତରଫରୁ ନାମାଙ୍କନ ଦାଖଲ କରିବାରୁ ସମୁଦାୟ ସରକାରୀ ଭାବେ୩ ଜଣ ପ୍ରାର୍ଥୀ ବୋଲି ଗ୍ରହଣ କରାଯାଇଛି ।

Body:ଆଜି ସକାଳୁ ସକାଳୁ ବୌଦ୍ଧ ସହରରେ ଉଭୟ ବିଜେଡି ଓ ସିପିଆଇ ରନେତା,କର୍ମୀ ଙ୍କ ଭିଡ ଦେଖିବାକୁ ମିଳିଥିଲା । ଶଂଖ ଓ ଦା,ଧାନକେଣ୍ଡା ଚିହ୍ନିତ ପତାକା ରେ ସହର ପୁରି ଉଠିଥିଲା । ବର୍ତ୍ତମାନ ର ବାଚସ୍ପତି ପ୍ରଦୀପ କୁମାର ଅମାତ ନିଜ ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ରୋଡସୋ ରେ କର୍ମୀ ଙ୍କ ଭିଡ ଥିଲେ ମଧ୍ୟ ଦୁଇ ତିନି ଜଣ ନେତାଙ୍କୁ ଛାଡି ଅନ୍ୟ ମାନଙ୍କୁ ଦେଖିବାକୁ ମିଳିନଥିଲା । ଚାରି ଥରର ବିଧାୟକ ଙ୍କ ଏହା ପଞ୍ଚମ ଥର ପ୍ରାର୍ଥୀ ପତ୍ର ଦାଖଲ ହୋଇ ଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସ ସମର୍ଥିତ ସିପିଆଇ ର ଜଣେ ଯୁବ ପ୍ରାର୍ଥୀ ଙ୍କ ନାମାଙ୍କନ ଦାଖଲ ଭୋଟର ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।ଉଭୟେ ଲୋକଙ୍କ ବିଶ୍ୱାସ ଭାଜନ ହୋଇ ନିର୍ବାଚନ ବୈତରଣୀ ପାରିହେବାକୁ ଆଶା ପ୍ରକଟ କରିଥିବା ବେଳେ ଆସନ୍ତା କାଲି ବିଜେପି ର ହେବିଓ୍ବେଟ ନେତା ଶୁସାନ୍ତ କୁମାର ପ୍ରଧାନ ଙ୍କ ନାମାଙ୍କନ ପତ୍ର ଦାଖଲ ଉପରେ ସମସ୍ତଙ୍କ ନଜର ରହିଛି ।

Conclusion:ବାଇଟ-୧-ପ୍ରଦୀପ କୁମାର ଅମାତ, ବିଜେଡି ପ୍ରାର୍ଥୀ
ବାଇଟ-୨-ଅବକାଶ ସାହୁ, ସିପିଆଇ ଓ କଂଗ୍ରେସ ମିଳିତ ପ୍ରାର୍ଥୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.