ଭୁବନେଶ୍ବର: ନିର୍ବାଚନ ଫିଭରରେ ଦେଶ ଓ ରାଜ୍ୟ। ଚା ଖଟିରୁ ରାଜରାସ୍ତା, ସବୁଠି ନେତାମନ୍ତ୍ରୀଙ୍କ ଚର୍ଚ୍ଚା । ରୋଡ ଶୋ'ରୁ ସୋସିଆଲ ମିଡିଆ ସବୁଠି ଜୋର ଧରିଲାଣି ଦଳୀୟ ପ୍ରଚାର ପ୍ରସାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନୈତିକ ଦଳ ପାଇଁ ସୋସିଆଲ ମିଡିଆ ସାଜିଛି ସର୍ବଶ୍ରେଷ୍ଠ ପ୍ଲାଟର୍ଫମ । ହେଲେ ଏହି ମିଡିଆ ଛଡାଇ ନେଇଛି ବାଉଁଶ କାରିଗରଙ୍କ ଜୀବିକା । ବାଉଁଶ ପତାକାର ଚାହିଦା ଅଛି । କିନ୍ତୁ ଆଗ ପରି ଡିମାଣ୍ଡ ନାହିଁ । ନା ମିଳୁଛି ପାର୍ଟି ଅର୍ଡର ନା ହାତକୁ ଆସୁଛି ଦୁଇ ପଇସା ।
ଅନ୍ୟପଟେ, ଗୋଟିଏ ବିଡାରେ 50ଟି ବାଉଶଁ ରହୁଥିବା ବେଳେ ପାର୍ଟି ପତାକା ଲାଗୁଥିବା କଣ୍ଟା ବି କାରିଗରଙ୍କ । ଗୋଟିଏ ବିଡାକୁ 600ଟଙ୍କାରେ ବିକ୍ରୀ କଲେ ବାଉଁଶ ପିଛା ମିଳୁଛି ମାତ୍ର ଦେଢ ଟଙ୍କା । ଯାହା ତାଙ୍କ ପରିଶ୍ରମକୁ ସମୁଦ୍ରକୁ ଶଙ୍ଖେ ଭଳି । ଆଉ ଯଦି ଭଲ ଅର୍ଡର ନ ଆସେ ତେବେ ବାଉଁଶ ବାଡି ଚୁଲିକୁ ଯିବ ବୋଲି କହୁଛନ୍ତି କାରିଗର । ଯୁବପିଢିଙ୍କୁ ଟାଣୁଥିବା ସୋସିଆଲ ମିଡିଆ ଏବେ ପେଟ ମାରଣାର କାରଣ ପାଲଟିଛି ।
ସୋସିଆଲ ମିଡିଆର ସକ୍ରିୟ ନିଶ୍ଚିତ ଗ୍ରହଣଯୋଗ୍ୟ । କିନ୍ତୁ ଏହା ଯୋଗୁଁ ଅନ୍ୟ କେହି ବୃତ୍ତି ହରାଇବା ଏକ ବଡ ସମସ୍ୟା । ରାଜନୀତିରେ ନିଜ ସ୍ବାର୍ଥ ଦେଖୁଥିବା ନେତା ଏହି ଦିଗ ପ୍ରତି ଦୃଷ୍ଟି ପକାଇଲେ ବାଉଁଶ କାରିଗର ଜୀବିକା ବଞ୍ଚି ଯିବ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ