ETV Bharat / state

ଶୁକ୍ରବାର ପୁରୀରେ ସ୍ଥଳଭାଗ ଛୁଇଁବ 'ଫନି' - puri

ମେ 3 ତାରିଖ ଶୁକ୍ରବାର, ପୁରୀ ଠାରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ 'ଫନି' । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) । ଏହାର ପ୍ରଭାବରେ ଦକ୍ଷିଣ-ପୂର୍ବ ଉପକୂଳସ୍ଥ ରାଜ୍ୟରେ ଆସନ୍ତା ମେ 1ରୁ 4 ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଫଟୋ ସୌଜନ୍ୟ: ଟ୍ୱିଟର@Indiametdept
author img

By

Published : Apr 30, 2019, 2:49 PM IST

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ପୁରୀ ଠାରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ 'ଫନି' । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) । ଏହି ଝଡବାତ୍ୟା ଦ୍ୱାରା ଦକ୍ଷିଣ-ପୂର୍ବ ଉପକୂଳସ୍ଥ ରାଜ୍ୟ ଯଥା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ବିଶେଷ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଗୃହ ମନ୍ତ୍ରଣାଳୟ । ଏହିକ୍ରମରେ ବାତ୍ୟା ପ୍ରଭାବିତ ରାଜ୍ୟ ଓଡିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ମୋଟ 1086 କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି। ଏହି ସାମୁଦ୍ରିକ ଝଡ ସମ୍ପର୍କରେ ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ମେ 3 ତାରିଖ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପୁରୀ ଠାରେ ସ୍ଥଳଭାଗ ଛୁଇଁବ 'ଫନି'।

ଅନ୍ୟପଟେ ବାତ୍ୟା ସମ୍ପର୍କରେ ମତ ରଖି ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି 'ଫନି' ର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର 20 ୟୁନିଟ୍ ଏବଂ କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର(ଏନଡିଆରଏଫ) 12ଟି ୟୁନିଟକୁ ସତର୍କ କରି ଦିଆଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
ଏହାର ପ୍ରଭାବ ବିଶେଷ ଭାବେ ରାଜ୍ୟର ଗଞ୍ଜାମ,ଗଜପତି, ପୁରୀ, କେନ୍ଦ୍ରପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର, ବାଲେଶ୍ବର, କଟକ, ଖୋର୍ଦ୍ଧା ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାରେ ଅନୁଭୂତ ହେବ । ଏହି ସାମ୍ଭାବ୍ୟ ବାତ୍ୟାର ମୁକାବିଲ ପାଇଁ ରାଜ୍ୟରେ 879ଟି ବାତ୍ୟା ଆଶ୍ରୟସ୍ଥଳକୁ ସଜାଗ ରଖାଯାଇଛି ।

ଏଥିସହିତ ଆଇଏମଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଆସନ୍ତା 36 ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟାର ରୂପ ନେବେ 'ଫନି' । ମେ 1 ତାରିଖରେ ଉତ୍ତର-ପଶ୍ଚିମ ଦିଗ ହୋଇ ଓଡିଶା ଉପକୂଳ ଆଡକୁ ଗତି କରିବ । ଆଗାମୀ 24 ଘଣ୍ଟା ମଧ୍ୟରେ କେରଳ, ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ମେ 1 ରୁ 3 ତାରିଖ ମଧ୍ୟରେ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗର ଏବଂ 2ରୁ 4 ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଶାନ୍ତ ହୋଇ ଉଠିବ। ସେହିପରି ମେ 3 ଏବଂ 4 ତାରିଖରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ସତର୍କ କରି ଦିଆଯାଇଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

କଟକ:ଆସନ୍ତା 29 ତାରିଖରେ  କଟକ ରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯାୟ ନିର୍ବାଚନ  । ଏହି ପର୍ଯ୍ୟାୟ ରେ 3 ଟି ବିଧାନସଭା ନିର୍ବଚନ ମଣ୍ଡଳୀ ସାଲେପୁର ,ମାହାଙ୍ଗା ଓ ନିଆଳି ରେ ନିର୍ବଚନ ଅନୁଷ୍ଠିତ ହେବ । ସେନେଇ ଆଜି  ସମସ୍ତ   ପୋଲିଂ ପାର୍ଟି କୁ ଭିଭପାଟ ଓ ଇଭିଏମ ସହିତ ତମାମ ବୁଥ କୁ ସ୍ଥାନାନ୍ତରିତ କରିଛି ଜିଲାପ୍ରଶାସନ । 

ଏହି 3ଟି ନିର୍ବଚନ ମଣ୍ଡଳୀ ରେ ସମୁଦାୟ 826 ଟି ବୁଥ ରହିଛି ଯେଉଁଥିରୁ 300 ରୁ ଉର୍ଦ୍ଧ୍ଵ ସମ୍ବେଦନଶୀଳ ବୁଥ ଭାବେ ଚିନ୍ହଟ କରାଯାଇଛି । ପୋଲିଂ ଅଫିସର ଙ୍କ ସୁରକ୍ଷା ଓ ସ୍ୱଚ୍ଛ ଓ ଅବାଧ ନିର୍ବଚନ କୁ ଆଖିଆଗରେ ରଖି 
 ସିସିଟିଭି , ମଇକ୍ରୋ ଅବଜରଭର ଓ  ୱେବ କାସଟିଙ୍ଗ ର ମୁତୟନ  କରାଯାଇଛି 

 ଏହାସହିତ ସବୁ ବୁଥ ରେ ଭିନକ୍ଷମ ମାନଙ୍କ ପାଇଁ ହୁଇଲ ଚେୟାର ର ମଧ୍ୟ ବନ୍ଦବସ୍ତ କରାଯାଇଛି ବୋଲି କହିଛନ୍ତି ଜିଲାପାଳ । ଏହିକ୍ରମ ରେ ପୋଲିଂ ପାର୍ଟି କୁ ନିଜ ବୁଥ ରେ ପହଂଚାଇବା ପାଇଁ ଏମଭିଆଇ ପକ୍ଷରୁ 300 ରୁ ଉର୍ଦ୍ଧ୍ବ ଗାଡି ର ବନ୍ଦବସ୍ତ କରାଯାଇଛି । ଯାହାଫଳରେ ପୋଲିଂ ପାର୍ଟି ସୁରକ୍ଷିତ ସହ ନିଜ ବୁଥ ରେ ପହଂଚି ପାରିବେ । 

ବାଇଟ: ଅରବିନ୍ଦ ଅଗ୍ରୱାଲ ( କଟକ ଜିଲାପାଳ )
ବାଇଟ: ରଶ୍ମିରଞ୍ଜନ ଦଲବେହେରା( ଏମଭିଆଇ ଅଫିସର)

Visual byte send by mojo plz check 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.