ETV Bharat / state

ଛିଣ୍ଡିବ ଅଙ୍କ! ସହଯୋଗୀ ଦଳଙ୍କ ସହ କଂଗ୍ରେସର ବୈଠକ ଆରମ୍ଭ

କ'ଣ ହେବ ରାଜ୍ୟ କଂଗ୍ରେସର ରୂପରେଖ। କେଉଁ କେଉଁ ଦଳ ସହ ମେଣ୍ଟ କରିବ ରାଜ୍ୟ କଂଗ୍ରେସ। ମେଣ୍ଟରେ କେଉଁ ସହଯୋଗୀ ଦଳକୁ କେତେ ଆସନ ମିଳିବ। ଆଜି ଏନେଇ ଆସିପାରେ ଏକ ସ୍ପଷ୍ଟ ଚିତ୍ର। ସହଯୋଗୀ ଦଳଗୁଡିକ ସହ ଚୂଡାନ୍ତ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇଛି।

author img

By

Published : Mar 2, 2019, 1:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମେଣ୍ଟ ନେଇ ଆଜି ରାଜ୍ୟ କଂଗ୍ରେସ ନେଇପାରେ ଚୂଡାନ୍ତ ନିଷ୍ପତ୍ତି। ସମଭାବପନ୍ନ ଦଳଗୁଡିକ ସହ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ସିପିଆଇ, ସିପିଏମ ଏବଂ ଜେଏମଏମର ବରିଷ୍ଠ ନେତାଙ୍କ ସହ ଆଲୋଚନା ଚାଲିଛି। ସେପଟେ ପ୍ରାରମ୍ଭିକ ବୁଝାମଣା ଆଧାରରେ ପ୍ରଚାର ଆରମ୍ଭ କଲେଣି ସହଯୋଗୀ ଦଳର ପ୍ରାର୍ଥୀ।ପ୍ରଥମ ପର୍ଯ୍ୟାୟରେ ସିପିଆଇର ତୁଙ୍ଗନେତାଙ୍କ ସହ ଆଲୋଚନା ଚାଲିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ସିପିଆଇ ସାଧାରଣ ସମ୍ପାଦକ ଦିବାକର ନାଏକ ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂତ୍ର ଅନୁସାରେ, ଆସ୍କା, ଭୁବନେଶ୍ବର ଓ ମୟୁରଭଞ୍ଜ ଲୋକସଭା ଆସନ କଂଗ୍ରେସ ଛାଡିଦେବାକୁ ରାଜି ଅଛି। ସିପିଆଇ ବୌଦ୍ଧ, ବ୍ରଜରାଜ ନଗର, ବାଲିକୁଦା - ଏରସମା, ଛତ୍ରପୁର, ସୁନ୍ଦରଗଡ଼, ଚିତ୍ରକୋଣ୍ଡା, ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦାବି କରୁଛି। ସେହିପରି ସିପିଆଇ(ଏମ) ଭୁବନେଶ୍ବର ଲୋକସଭା ସିଟ ସମେତ ନୀଳଗିରି, ରେମୁଣା, ବଣେଇ, ମାଲକାନଗିରି, ବ୍ରହ୍ମଗିରି, ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ଚାହୁଁଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୟୁରଭଞ୍ଜ ଲୋକସଭା ଆସନ ସମେତ ବଡ଼ସାହି, ଉଦଳା ଓ ସୁନ୍ଦରଗଡ଼ର ଏକ ବିଧାନସଭା ନିର୍ବାଚନ ମଣ୍ଡଳୀ ଚାହୁଁଥିବା ଜଣାପଡିଛି। ତେବେ ଏହା ଉପରେ ଆଜି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.