ETV Bharat / state

ନବନିର୍ବାଚିତ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ରବିବାର ବିଜେଡିର ନବ ନିର୍ବାଚିତ ସାଂସଦଙ୍କ ସହ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡିର 12 ନବନିର୍ବାଚିତ ସାଂସଦ ଉପସ୍ଥିତ ରହିଥିଲେ ।

author img

By

Published : May 26, 2019, 2:17 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରବିବାର ବିଜେଡିର ନବ ନିର୍ବାଚିତ ସାଂସଦଙ୍କ ସହ ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ସମସ୍ତ ନବନିର୍ବାଚିତ ସାଂସଦଙ୍କ ସହ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ବୈଠକରେ ବିଜେଡିର ସମସ୍ତ ନବନିର୍ବାଚିତ 12 ସାଂସଦ ଉପସ୍ଥିତ ରହିଥିଲେ । ସାଂସଦ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ଅଚ୍ୟୁତ ସାମନ୍ତ, ରମେଶ ମାଝୀ, ମହେଶ ସାହୁ, ଅନୁଭବ ମହାନ୍ତି ଉପସ୍ଥିତ ରହିଥିବା ସହ ନବୀନଙ୍କ ନାରୀ ଶକ୍ତି ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ପ୍ରମିଳା ବିଷୋୟୀ. ରାଜଶ୍ରୀ ମଲ୍ଲିକ ଓ ସର୍ବ କନିଷ୍ଠା ସାସଂଦ ଚନ୍ଦ୍ରାଣୀ ମୁର୍ମୁ ଉପସ୍ଥିତ ରହିଥିଲେ ।

ଏହି ବୈଠକରେ ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଓଡ଼ିଶାର ସ୍ଵାର୍ଥ ପାଇଁ କେଉଁ ପ୍ରସଙ୍ଗ ସଂସଦରେ ଉଠାଯିବ ସେ ନେଇ ଆଲୋଚନା କରାଯାଇଛି ।

ସଂସଦରେ ବିଶେଷ କରି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ,ପୋଲାଭରମ୍ ଓ ମହାନଦୀ ପ୍ରସଙ୍ଗରେ ଦଳ ନିଜର ଆଭିମୁଖ୍ୟକୁ ଶାଣିତ କରିବା କଥା ବୈଠକରେ ଆଲୋଚନା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ନବ ନିର୍ବାଚିତ ସାଂସଦ ମାନଙ୍କ ସହ ବିଜୁଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଙ୍କ ସହ ବୈଠକ ବସିଛି ।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଛନ୍ତି ।ବୈଠକରେ ନୂଆ କରି ନିର୍ବାଚିତ ହୋଇଥିବା ସାଂସଦ ମାନଙ୍କୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି ।ଏହା ସହ ଆଗାମୀ ଦିନରେ ଓଡ଼ିଶାର ସ୍ଵାର୍ଥ ପାଇଁ କିଭଳି ସଂସଦ ରେ ସ୍ଵର ଉତ୍ତୋଳନ କରାଯିବା ସେନେଇ ମଧ୍ୟ ଆଲୋଚନା ହୋଇଛି ।ବିଶେଷ କରି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ,ପୋଲାଭରମ୍ ଓ ମହାନଦୀ ପ୍ରସଙ୍ଗ ରେ ଦଳ ନିଜର ଆଭିମୁଖ୍ୟ କୁ ଶାଣିତ କରିବ ।ସେନେଇ ଆଲୋଚନା ହୋଇଛି ।ଏହି ବୈଠକ ନବୀନ ନିବାସ ରେ ବସିଥିଲା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.