ETV Bharat / state

ଜଳୁଛି ଡମ୍ପିଂୟାର୍ଡ୍, ଚିନ୍ତାରେ ସ୍ଥାନୀୟ ବାସିନ୍ଦା - ଡମ୍ପିଂ ୟାର୍ଡ୍

ଜଳୁଛି ଡମ୍ପିଂ ୟାର୍ଡ । ହଜିଯାଇଛି ସ୍ଥାନୀୟ ବାସିନ୍ଦାଙ୍କ ନିଦ । ଭୟଭୀତ ଅବସ୍ଥାରେ 5 ଗ୍ରାମର ଲୋକ । ପ୍ରଶାସନରେ ଚେତା ପଶିନଥିବା ହୋଇଛି ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 3, 2019, 4:42 PM IST

ଭୁବନେଶ୍ବର: ହୁହୁହୋଇ ଜଳୁଛି ଭୁଆଶୁଣୀ ଡମ୍ପିଂ ୟାର୍ଡ୍ । 3 ଦିନ ହେଲା ଜଳୁଥିବା ନିଆଁ ଭୟଙ୍କର ରୂପ ନେଇଛି। କିଛି ଦିନ ହେଲା ଝଡ଼ ପବନ ଯୋଗୁଁ ଏହାର ପ୍ରଭାବ ଡମ୍ପିଂୟାର୍ଡ୍ ଉପରେ ପଡିଛି । ନିଆଁ ସହ ବିଷାକ୍ତ ଧୂଆଁ ଦେଖିବାକୁ ମିଳିଛି। ଆଉ ଏହାକୁ ନେଇ ଭୟଭୀତ ଅବସ୍ଥାରେ ୫ଟି ଗ୍ରାମର ଲୋକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ଦାରୁଠେଙ୍ଗ, କୃଷ୍ଣ ନଗର ଇତ୍ୟାଦି ଗାଁର ଗ୍ରାମବାସୀଙ୍କ ନିଦ ହଜିଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୌଣସି ଆଖିଦୃଶିଆ ପଦକ୍ଷେପ ବି ନେଉନି । ଅଜଣା ରୋଗରେ ପୀଡିତ ହେଉଛନ୍ତି ସ୍ଥାନୀୟ ଲୋକ । ଗାଈ ଗୋରୁ ମରୁଛନ୍ତି । ହେଲେ ରାଜଧାନୀର ନାକ ତଳେ ଥିବା ଚନ୍ଦକା ଓ ନନ୍ଦନକାନନର ସୁରକ୍ଷା ପାଇଁ ପ୍ରଶାସନର ନିଦ ଭାଙ୍ଗୁନି।

ଅଧିକ ପଢନ୍ତୁ:ବାକି ରହିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବି: ପ୍ରତାପଦେବ

ନିଆଁ ସହ ବିଷାକ୍ତ ଧୂଆଁ ଯୋଗୁଁ ଅଞ୍ଚଳରେ ଲୋକମାନଙ୍କ ଜୀବନ ସଙ୍ଗୀନ ସ୍ଥିତିରେ । ଧୁଆଁର ପ୍ରଭାବରେ ସମସ୍ତେ ଅସ୍ତବ୍ୟସ୍ତ । ଗାଁରେ କୌଣସି କାରଣରୁ କରେଣ୍ଟ ଚାଲିଗଲେ ସବୁ ସରିଲା। ନା ବାହାରକୁ ଆସିହେବ ନା ଘର ଭିତରେ ଶୋଇ ହେବ। ଲୋକଙ୍କ ଦୁଖ ଅସମ୍ଭାଳ । ଛାତ୍ରଛାତ୍ରୀଙ୍କ ପାଠପଢା ବି ବ୍ୟାହତ ହେଉଛି ।

ଯେଉଁ ପରିମାଣରେ ଭୁବନେଶ୍ୱରରୁ ବର୍ଜ୍ୟବସ୍ତୁ ବାହାରୁଛି ତାହାର ବୈଜ୍ଞାନିକ ପ୍ରଣାଳୀରେ ନିଷ୍କାସନ କରାଯିବା ବିଏମସି ପାଇଁ ଏକ ବଡ ଆହ୍ବାନ । ବର୍ଜ୍ୟବସ୍ତୁ ଗୋଟେ ସ୍ଥାନରେ ପକାଇବା ଦ୍ବାରା ଡାଇ ଅକ୍ସାଇଡ୍, କ୍ୟାନସର ଭଳି ରୋଗରେ ପଡ଼ିବା ସମ୍ଭାବନା ରହିଛି। ପାଖପାଖି ଅଞ୍ଚଳରେ ଏହାର ଆଭାସ ବି ଆସିଲାଣି । ସ୍ମାର୍ଟ୍ ସିଟି ଭୁବନେଶ୍ବର ସ୍ୱଚ୍ଛସର୍ବେକ୍ଷଣରେ 288 ନମ୍ବରରେ ଯାଇ ରହିଛି । ଏହାର ଏକମାତ୍ର କାରଣ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ସମସ୍ୟା ବୋଲି କହିଛନ୍ତି ପରିବେଶବିତ୍ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର୨୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି ହରଭଙ୍ଗା ବ୍ଲକ । ବ୍ଲକରେ ଅବ୍ୟବସ୍ଥା ତଥା ସରକାରୀ ଯୋଜନା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହୋଇ ପାରୁନଥିବା ଭଳି କେତୋଟି ପଞ୍ଚାୟତ ରହିଥିବା ଅଭିଯୋଗ ହୋଇଛି । ବ୍ଲକର ଅପହଞ୍ଚ ଇଲାକାରେ ନୁହେଁ, ବରଂ ୫୭ ନମ୍ବର ଜାତୀୟ ରାଜପଥ କଡରେ ଅବସ୍ଥିତ ବିରନରସିଂପୁର ପଞ୍ଚାୟତ ରେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ବାଟବଣା ହୋଇ ଥିବା ଅଭିଯୋଗ ହୋଇଛି ।

Body:ହରଭଙ୍ଗା ବ୍ଲକର ବିରନରସିଂପୁର ପଞ୍ଚାୟତ ରେ ରହୁଥିବା ଗରିବ ବାର୍ଦ୍ଧକ୍ୟ ଓ ଶାରୀରିକ ଅକ୍ଷମଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଓ୍ବାର୍ଡମେମ୍ବର ଖୋଦ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ ।ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟ ସରକାରୀ ଯୋଜନା କୁ କିଭଳି ହଡପ କରାଯିବା ସହ ଖୋଦ ବିଡିଓ ଲାଞ୍ଚ ଭଳି ଦୁର୍ନୀତି ରେଲିପ୍ତ ଅଛନ୍ତି ତାର ପୋଲ ଖୋଲିଛନ୍ତି ଓ୍ବାର୍ଡମେମ୍ବର । ଅନେକ ହିତାଧିକାରୀ ପଞ୍ଚାୟତ ରେ ରହିଥିଲେ ମଧ୍ୟ ସରକାରୀ ବାବୁଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଗରିବ ତଥା ଅସହାୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ହିତାଧିକାରୀ କହିଛନ୍ତି । ଏସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଯାଇ ଉପଯୁକ୍ତ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।

Conclusion:ବାଇଟ-୧-ଦେବକୀ ବଗର୍ତ୍ତି, ଗ୍ରାମବାସୀ
ବାଇଟ-୨-ବ୍ରଜେଶ୍ବରୀ ବେହେରା, ଶାରୀରିକ ଅକ୍ଷମ
ବାଇଟ-୩-କେଦାର ମହାକୁଡ, ଓ୍ବାର୍ଡମେମ୍ବର
ବାଇଟ-୪-ପୁରନ୍ଦର ଠେଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.