ETV Bharat / state

'33 ପ୍ରତିଶତ ମହିଳା ସଂରକ୍ଷଣ ବିଜେଡିର ଦୋମୁହାଁ ନୀତି'

ରାଜ୍ୟ ସରକାରଙ୍କ 33 ପ୍ରତିଶତ ମହିଳା ସଂରକ୍ଷଣ କାର୍ଡ ଘୋଷଣାକୁ ବିଜେପିର ଆପୋତ୍ତି । କେବଳ ଲୋକସଭା ଆସନ ଉପରେ କାହିଁକି, ବିଧାନସଭା ପାଇଁ କାହିଁକି ଲାଗୁ କଲେନି ନବୀନ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

author img

By

Published : Mar 10, 2019, 7:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଦେଖି ନବୀନ ଖେଳିଲେ ମହିଳା କାର୍ଡ । ଲୋକସଭା ନିର୍ବାଚନରେ 33 ପ୍ରତିଶତ ମହିଳାଙ୍କୁ ବିଜେଡି ସିଟ ଦେବ ବୋଲି ରବିବାର କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ସିଏମ ନବୀନଙ୍କ ଏହି ଘୋଷଣା ବିରୋଧରେ ଆପତ୍ତି ଉଠାଇଛି ବିଜେପି । ଏହି ସଂରକ୍ଷଣ କେବଳ ଲୋକସଭା ଆସନ ଉପରେ କାହିଁକି, ବିଧାନସଭା ପାଇଁ କାହିଁକି ଲାଗୁ କଲେ ନାହିଁ ନବୀନ ବୋଲି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

ଏ କ୍ଷେତ୍ରରେ ବିଜେଡି ଦୋମୁହାଁ ନୀତି ଆପଣାଇଛି । ଗୋଟିଏ ପଟେ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଣିଲେ ହେଲେ ବିଲ ପାରିତ କଲେ ନାହିଁ । ସଂସଦରେ ଯେତେବେଳେ ବିଜେପି ବିଲ ଆଣିଥିବାବେଳେ ବିଜେଡି କାହିଁକି ଚୁପ ରହିଥିବା ବୋଲି ପାତ୍ର ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ, ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ହେଉଛନ୍ତି ଜଣେ ପୁରୁଷ । ଯେଉଁଠି ଜଣେ ମହିଳାଙ୍କୁ ଦାୟିତ୍ବ ଦେବାରେ ଥିଲା ସେଠାରେ ତ ସରକାର ଦେଲେ ନାହିଁ । ପୂରା ମନ୍ତ୍ରୀମଣ୍ଡଳୀରେ ମାତ୍ର 2 ଜଣ ମନ୍ତ୍ରୀ ରହିଛନ୍ତି । ଆଉ ଏବେ ନିର୍ବାଚନ ଆସିଥିବାରୁ ମହିଳା କାର୍ଡ ଖେଳି କ୍ଷମତାକୁ ଆସିବାର ବାହାନା ଦେଖାଉଥିବାର ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.