ETV Bharat / state

ନାମାଙ୍କନ ବିବାଦରେ ଛନ୍ଦି ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା - ବିଜେଡି

ନାମାଙ୍କନ ବିବାଦ ଭିତରେ ଛନ୍ଦି ହୋଇଛନ୍ତି ଭୁବନେଶ୍ବର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ନାମାଙ୍କନ ପତ୍ରରେ କିଛି ସ୍ଥାନ ପୂରଣ କରିନଥିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ କରିବାକୁ ଦାବି କରିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 6, 2019, 9:42 PM IST

ଭୁବନେଶ୍ବର: ନାମାଙ୍କନ ବିବାଦ ଭିତରେ ଛନ୍ଦି ହୋଇଛନ୍ତି ଭୁବନେଶ୍ବର ମଧ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ନାମାଙ୍କନ ପତ୍ରରେ କିଛି ସ୍ଥାନ ପୂରଣ କରିନଥିବାରୁ ତାଙ୍କ ନାମାଙ୍କନପତ୍ର ନାକଚ କରିବାକୁ ଦାବି କରିଛି ବିଜେପି । ଯାହାକୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକମାନେ ଅଭିଯୋଗ ରଖିଛନ୍ତି କି ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ନାମାଙ୍କନ ପତ୍ରରେ କୌଣସି ବିଭାଗ ଖାଲି ଛଡ଼ା ଯିବା ବେନିୟମ । କିନ୍ତୁ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ଦୁଇଟି ସ୍ଥାନ ଖାଲି ରହିଥିବା ଜଣାପଡିଛି । ତେଣୁ ତାଙ୍କ ନାମାଙ୍କନପତ୍ରକୁ ନାକଚ କରାଯିବା ଦରକାର ବୋଲି ଦାବି କରିଛି ବିଜେପି ।

ଏହି ଅଭିଯୋଗର ଜବାବ ରଖିଛନ୍ତି ଖୋଦ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି କି ସେ ନିଜେ ଜଣେ ଓକିଲ । ତେଣୁ ନାମାଙ୍କନରେ କ’ଣ ରହିବା ଦରକାର କ’ଣ ନୁହେଁ, ସେ ବିଷୟରେ ସେ ଅବଗତ ଅଛନ୍ତି । ବିଜେପି ଭୋକ ବିକଳରେ ତାଟିଆ କାମୁଡୁଛି। ତେଣୁ ବିରୋଧୀମାନେ କେବଳ ଅପପ୍ରଚାର କରୁଛନ୍ତି ।

ନବୀନ ବାବୁ ସମସ୍ତଙ୍କ ହୃଦୟରେ ଅଛନ୍ତି । ଲୋକମାନେ ଆମ ହୃଦୟରେ ଆଉ ଆମେ ଲୋକଙ୍କ ହୃଦୟରେ ଅଛୁ ବୋଲି ଅନନ୍ତ କହିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ କୋର୍ଟକୁ ଯିବା ପାଇଁ ଧମକ ଦେଇଛି ବିଜେପି । ଏସବୁ ଭିତରେ ବି ଉଭୟ ଦଳର ପ୍ରାର୍ଥୀ ନିଜ ପ୍ରଚାର କାର୍ଯ୍ୟକୁ ଜୋରସୋରରେ ଜାରି ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

agurhq

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.