ETV Bharat / state

ଶୋକ ପ୍ରସ୍ତାବ ବେଳେ ଶୋଇଗଲେ ବିଧାୟକ !

ଦିବଂଗତ ନେତା ଓ ଶହୀଦ ଯବାନଙ୍କ ପାଇଁ ନୀରବ ପ୍ରାର୍ଥନା ବେଳେ ସିଟରେ ଶୋଇରହିଲେ ବିଜେଡି ବିଧାୟକ ବିଷ୍ଣୁ ଦାସ ।

author img

By

Published : Jun 25, 2019, 8:10 PM IST

Updated : Jun 25, 2019, 8:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭା ଇତିହାସରେ ନୂଆ ଘଟଣା । ଦିବଂଗତ ନେତା ଓ ଶହୀଦ ଯବାନଙ୍କ ପାଇଁ ନୀରବ ପ୍ରାର୍ଥନା ବେଳେ ସିଟରେ ଶୋଇରହିଲେ ନେତା । ଷୋଡଶ ବିଧାନସଭାର ବଜେଟ ଅଧିବେଶନର ଆଜି ଥିଲା ପ୍ରଥମ ଦିନ । ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦିବଂଗତ ନେତା ଓ ଶହୀଦ ଯବାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ସେଥିପାଇଁ 1ମିନିଟ ନୀରବ ପ୍ରାର୍ଥନା ପାଇଁ ବାଚସ୍ପତି କହିଥିଲେ । ପରେ ସବୁ ବିଧାୟକ ଛିଡା ହୋଇ ନୀରବ ପ୍ରାର୍ଥନା କରିଥିଲେ । ତେବେ ବିଜେଡି ବିଧାୟକ ବିଷ୍ଣୁ ଦାସ କିନ୍ତୁ ଶୋଇ ରହିଥିଲେ । ଏପରିକି ତାଙ୍କୁ କେହି ଉଠାଇ ନଥିଲେ । ଯାହାକୁ ନେଇ ଗୃହରେ ଓ ଗୃହ ବାହାରେ ସେ ହଟ୍ଟହଟ୍ଟାର ଶିକାର ହୋଇଛନ୍ତି ।

ଏହି ଘଟଣାକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ନିନ୍ଦା କରିବା ସହିତ ଆଉ ଅଳ୍ପ ଦିନରେ ସରକାର ପୁରା ଶୋଇପଡିବେ ବୋଲି କହିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଥିଲେ । ନବିନ ବାବୁ ତାଙ୍କୁ ଜିତାଇକି ଆଣିଛନ୍ତି । ସେ ଅସୁସ୍ଥ ବହୁ କଷ୍ଟରେ ଚାଲୁଛନ୍ତି ବୋଲି କହିଥିଲେ । ତେବେ ଶହୀଦ ଜବାନଙ୍କ ପ୍ରତି ବହୁତ ସମ୍ମାନ ରହିଛି । ସେ ଶୋଇନଥିଲେ ସବୁ ଶୁଣୁଥିଲେ ଓ ଶହୀଦ ଯବାନ ନିଜ ଅଞ୍ଚଳର ବୋଲି କହି ସଫେଇ ଦେଇଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

sdf

Conclusion:
Last Updated : Jun 25, 2019, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.