ଭୁବନେଶ୍ବର: ମାଗଣାରେ ମୋବାଇଲ ଚାର୍ଜ । ଘଣ୍ଟାକୁ 2ରୁ 4 ହଜାର ଟଙ୍କା ଗଣି ଜେନେରେଟର ବ୍ୟବହାର କରିବାକୁ ଅକ୍ଷମ ଥିବା ଗରିବଙ୍କ ସାହା ଏବେ ପ୍ରତାପ । ବିଦ୍ୟୁତ ଅପେକ୍ଷାରେ ଥିବା ବାତ୍ୟା ବିପନ୍ନଙ୍କ ଦୁଃଖ ବୁଝିଛନ୍ତି ସେ । ଗାଁ ଗାଁ ବୁଲି ଜେନେରଟର ଜରିଆରେ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଉଛନ୍ତି ବିଦ୍ୟୁତ ସେବା ।
ଫନିର 13 ଦିନ ପରେ ବି ଅନ୍ଧାରରେ ବହୁ ଅଞ୍ଚଳ । ବିଦ୍ୟୁତ ନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଚାର୍ଜ ନଥିବାରୁ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ମଧ୍ୟ ସମ୍ଭବ ହେଉନାହଁ । ବାଧ୍ୟ ହୋଇ ମୋବାଇଲ ଚାର୍ଜ କରିବାକୁ ଦୌଡୁଛନ୍ତି ଜେନେରଟର ଦୋକାନକୁ । ଆଉ ଏଠାରେ ବି ସ୍ଥିତି ଖରାପ । ଘଣ୍ଟାଏ ମୋବାଇଲ ଚାର୍ଜ ପାଇଁ 20ରୁ 30 ଟଙ୍କା ଗଣିବାକୁ ପଡୁଛି । ଏପରି ସ୍ଥିତିରେ ଆଶାବାଡି ସାଜି ଲୋକଙ୍କୁ ପ୍ରତ୍ୟକ୍ଷରେ ସହାୟତାର ହାତ ବଢାଇ ପ୍ରତାପ ଏବେ ଲାଇମ ଲାଇଟରେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ