ବୌଦ୍ଧ: ସଡକ ଦୁର୍ଘଟଣା ଏଡାଇବାକୁ ଟ୍ରାଫିକ କର୍ମଚାରୀଙ୍କ ଅଭିନବ ପଦକ୍ଷେପ । ଗାଡି ମୋଟର ଚାଳକଙ୍କୁ ହେଲମେଟ ଓ ସିଟ ବେଲ୍ଟ ପିନ୍ଧଇ ଯୋଡ ହସ୍ତହୋଇ ନିବେଦନ କରି ସଚେତନ କରୁଛନ୍ତି ଟ୍ରାଫିକ ପୋଲିସ । ସରକାରୀ ନିୟମ ପାଳନ କରି ଦୁର୍ଘଟଣାରୁ ବଞ୍ଚିବା ପାଇଁ ଟ୍ରାଫିକ୍ ନିୟମ ପାଳନ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି । ବୌଦ୍ଧରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ଅତ୍ୟନ୍ତ ଉଦବେଗ ଜନକ ରହିଛି ରହିଛି । ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିରୋ ଫାଟାଲିଟି ୱିକ୍ ପାଳନ କରାଯାଉଛି ।
ଏହା ବି ପଢ଼ନ୍ତୁ ବିରୋଧୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ସିବିଆଇ ଓ ଇଡି ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ
ତେବେ ଜିଲ୍ଲାରେ ସଡକ ଦୁର୍ଘଟଣା ଅତ୍ୟନ୍ତ ଉଦବେଗ ଜନକ ପରିସ୍ଥିତି ରହିଛି । ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତି ହେଉଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ଦେଇ 57 ନମ୍ବର ଜାତୀୟ ରାଜପଥ ବଦଲାସାହିଠାରୁ ମନମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ବେଳେ ଜିଲ୍ଲାର ଦଶରୁ ଉର୍ଦ୍ଧ୍ବ ସ୍ଥାନକୁ ବ୍ଲାକ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି । ଜିଲ୍ଲାରେ ଗତ 2021 ମସିହାରେ 82 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2022 ମସିହାରେ 76 ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କିନ୍ତୁ ଚଳିତ ବର୍ଷ କେବଳ ତିନି ମାସ ମଧ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସମସ୍ତଙ୍କୁ ଚିନ୍ତିତ କରିଛି । ବର୍ତ୍ତମାନ ଏନେଇ ବ୍ୟାପକ ସଚେତନ କରାଯାଉଛି । ସରକାରଙ୍କ ନିଷ୍ପତ୍ତି କ୍ରମେ ଅପ୍ରେଲ ଏକ ତାରିଖଠାରୁ ସାତ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଜିରୋ ଫାଟାଲିଟି ୱିକ୍ ବା ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରାଯାଉଛି । ଉଭୟ ଜିଲ୍ଲା ପୋଲିସ ଓ ଆରଟିଓ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ସଚେତନ କାର୍ଯ୍ୟକ୍ରମ କରୁଛନ୍ତି ।
ପୋଲିସ ପକ୍ଷରୁ ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ରେଡିୟମ ଷ୍ଟିକରିଂ ସହିତ ହେଲମେଟ ଚେକିଂ ଓ ବ୍ଲକିଂକୁ କଡାକଡି କରାଯାଇଛି । ଏଭଳି ସଚେତନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ଆରଟିଓ ବିଭାଗକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଉଭୟ ପୋଲିସ ଓ ଆରଟିଓ ବିଭାଗ ଲୋକଙ୍କୁ ଏନେଇ ଶପଥପାଠ ମଧ୍ୟ କରାଉଛନ୍ତି ।
ଇଟିଭି ଭାରତ, ବୌଦ୍ଧ