ETV Bharat / state

ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାକୁ ଯୁବଗୋଷ୍ଠୀଙ୍କ ପ୍ରୟାସ - ବୌଦ୍ଧ ପାରମ୍ପରିକ ଲୋକକଳା

ବୌଦ୍ଧ ଜିଲ୍ଲାର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରୟାସ କରାଯାଇଛି ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଯୁବଗୋଷ୍ଠୀ ବେଶ ପ୍ରଶଂସା ସାଉଁଟିଛନ୍ତି । ଅନ୍ୟପଟେ ଜିଲ୍ଲାରେ ଦୀର୍ଘ ଦିନରୁ ସଂସ୍କୃତି ଅଧିକାରୀ କିମ୍ବା ସଂସ୍କୃତି କାର୍ଯ୍ୟାଳୟ ନଥିବାରୁ ଉଦବେଗ ପ୍ରକାଶ ପାଇଛି ।

Etv Bharat
Etv Bharat
author img

By ETV Bharat Odisha Team

Published : Sep 24, 2023, 12:48 PM IST

ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାକୁ ଯୁବଗୋଷ୍ଠୀଙ୍କ ପ୍ରୟାସ

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରୟାସ କରାଯାଇଛି ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଯୁବଗୋଷ୍ଠୀ ବେଶ ପ୍ରଶଂସା ସାଉଁଟିଛନ୍ତି । ଅନ୍ୟପଟେ ଜିଲ୍ଲାରେ ଦୀର୍ଘ ଦିନରୁ ସଂସ୍କୃତି ଅଧିକାରୀ କିମ୍ବା ସଂସ୍କୃତି କାର୍ଯ୍ୟାଳୟ ନଥିବାରୁ ଉଦବେଗ ପ୍ରକାଶ ପାଇଛି ।

ପାରମ୍ପରିକ ଲୋକ ସଂସ୍କୃତି ଓ ଲୋକକଳାକୁ ନେଇ ବୌଦ୍ଧର ରହିଛି ସ୍ବତନ୍ତ୍ର ପରିଚୟ । କିନ୍ତୁ ଅନେକ ସ୍ଥାନରେ ଏଭଳି ପାରମ୍ପରିକ ଲୋକକଳା ଲୁପ୍ତ ପାଇବାକୁ ବସିଲାଣି । ଏଭଳି ପାରମ୍ପରିକ ଲୋକ କଳାକୁ ବଞ୍ଚାଇ ରଖିବାକୁ ଯୁବଗୋଷ୍ଠୀ ପ୍ରୟାସ କରିଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ବୌଦ୍ଧର ପତ୍ର ଶଉରା, ଝାଲିଆ ଶବର, ଶବରୁଣୀ, ବାଇଧନ ଘୁବୁକୁଡୁ, ନଚନିଆ, ବଜନିଆ ଭଳି ଅନେକ ଲୁପ୍ତପ୍ରାୟ ଲୋକକଳା ରହିଛି । ଏହାଛଡା ଧୁନକେଲୀ ଭଳି ପାରମ୍ପରିକ ବାଦ୍ୟକଳାର ପୁନରୁଦ୍ଧାର ପାଇଁ ଯୁବଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଛନ୍ତି । ବୀରନରସିଂହପୁର ଅଞ୍ଚଳର କିଛି ଯୁବକ ମିଳିତ ଭାବରେ ଏଭଳି ପାରମ୍ପରିକ ବାଦ୍ୟକଳାର ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଥିବା ବେଳେ ରାଜନପାଲି ଅଞ୍ଚଳରେ ମଧ୍ୟ ଯୁବଗୋଷ୍ଠୀ ପାରମ୍ପରିକ ଲୋକ ନୃତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ବିଭିନ୍ନ ଯାତ୍ରା, ଉତ୍ସବ, ମହୋତ୍ସବରେ ଏଭଳି ପାରମ୍ପରିକ ତଥା ଲୁପ୍ତପ୍ରାୟ ଲୋକକଳାକୁ ପ୍ରଦର୍ଶିତ କରି କଳା ଓ କଳାକାରଙ୍କୁ ଉତ୍ସାହିତ କରୁଛନ୍ତି ।
ଏହାମଧ୍ୟ ପଢନ୍ତୁ.. ଦଲାଲଙ୍କ କବ୍‌ଜାରେ ଶ୍ରମ କାର୍ଯ୍ୟାଳୟ ! ଶ୍ରମିକଙ୍କ ପରିବାରକୁ ସହାୟତା ମିଳୁନଥିବା ଅଭିଯୋଗ

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ପାରମ୍ପରିକ ଲୋକକଳାର ବେଶ ସୁନାମ ରହିଛି । କିନ୍ତୁ ସରକାରୀ ପ୍ରୋତ୍ସାହନର ଅଭାବରୁ ଅନେକ ପାରମ୍ପରିକ ଲୋକକଳା ଓ ତାସହିତ ଜଡ଼ିତ କଳାକାରମାନେ ଏଥିରୁ ଦୁରେଇ ରହିଥିଲେ । କିନ୍ତୁ ବର୍ତ୍ତମାନ ସରକାର ବିଭିନ୍ନ ଯୋଜନାର ସଫଳତାର ବାର୍ତ୍ତା ପ୍ରଚାର ପାଇଁ ଏଭଳି ଲୁପ୍ତପ୍ରାୟ ଲୋକକଳାର ସହାୟତା ନେବା ସହିତ କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯୋଜନା କରିଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ଦୀର୍ଘ ଦିନ ହେଲା ସ୍ଥାୟୀ ସଂସ୍କୃତି ଅଧିକାରୀ ନଥିବାରୁ ଉଦବେଗ ପ୍ରକାଶ ପାଇଛି । ଏଥିସହ ସଂସ୍କୃତି ବିଭାଗର ନିଜସ୍ଵ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରୁନାହିଁ । ଜିଲ୍ଲାର ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାରେ ସହାୟକ ହୋଇଥିବା ବରିଷ୍ଠ କଳାକାରମାନଙ୍କୁ ମଧ୍ୟ ଉପଯୁକ୍ତ ଭାବରେ ସମ୍ମାନ ମିଳୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ କଳା ସହିତ ଆଦୌ ଜଡ଼ିତ ନଥିବା ବ୍ୟକ୍ତି ବିଶେଷଙ୍କ ହାତରେ ଏସବୁ କଳାକାରଙ୍କ ଭାଗ୍ୟ ନିର୍ଦ୍ଧାରଣର ଦାୟିତ୍ଵକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏପରିକି ଜିଲ୍ଲାର ତିନୋଟି ବ୍ଲକ ଓ ଜିଲ୍ଲା କଳାକାର ସଂଘର ପୁନର୍ଗଠନ ଦୀର୍ଘ ବାର ବର୍ଷ ହେଲା ହୋଇନଥିବାରୁ ଏନେଇ କଳାକାରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.