ETV Bharat / state

ନିଆରା ଢଙ୍ଗରେ କୋରୋନା ସଚେତନତା କରୁଛନ୍ତି ଯୁବକ ଓ ମହିଳା

author img

By

Published : Mar 26, 2020, 1:05 PM IST

Updated : Mar 26, 2020, 1:21 PM IST

ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ବଜାରକୁ ଆସୁଥିବା ଗ୍ରାହକଙ୍କୁ ହାତଯୋଡି ନେହୁରା ହୋଇ ଲୋକଙ୍କୁ ସଫାସୁତୁରା ରହିବାକୁ ଗୁହାରି କରୁଛନ୍ତି କିଛି ଯୁବକ ।

corona awarness in boudh
ନିଆରା ଢଙ୍ଗରେ କୋରୋନା ସଚେତନତା କରୁଛନ୍ତି ଯୁବକ ଓ ମହିଳା

ବୌଦ୍ଧ:କୋରୋନା ସଂକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ଲୋକମାନଙ୍କୁ ନିଆରା ଢଙ୍ଗରେ ସଚେତନତା ସୃଷ୍ଟି କରାଯାଉଛି । କେଉଁଠି ମହିଳା ଥାଳି ବାଡେଇ ସମଦୂରତା ବଜାୟ ରଖିବା ସହ ଦର ବୃଦ୍ଧି ନକରିବାକୁ ବ୍ୟବସାୟୀଙ୍କୁ ଗୁହାରି କରୁଥିବା ବେଳେ ଅନ୍ୟ କେଉଁଠି ହାତ ଯୋଡି ନେହୁରା ହୋଇ ସଫାସୁତୁରା ରହିବାକୁ ଲୋକମାନଙ୍କୁ ଅନୁରୋଧ କରାଯାଉଛି । ତେବେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ବଜାରକୁ ଆସୁଥିବା ଗ୍ରାହକଙ୍କୁ ହାତଯୋଡି ନେହୁରା ହୋଇ ଲୋକଙ୍କୁ ସଫାସୁତୁରା ରହିବାକୁ ଗୁହାରି କରୁଛନ୍ତି କିଛି ଯୁବକ ।

ଏପରିକି ନିଜ ପାଖରେ ରଖିଥିବା ସାବୁନ, ସାମ୍ପୁ, ତେଲ ଦେଇ ଲୋକଙ୍କୁ ସଫାସୁତୁରା ମଧ୍ୟ କରି ଦେଉଛନ୍ତି ଏହି ଯୁବକମାନେ । ସେହିପରି ବୌଦ୍ଧ ନିକଟସ୍ଥ ବୁଟୁପାଲିର ଦୈନିକ ବଜାରରେ ଜଣେ ମହିଳା ଥାଳି ବାଡେଇ ଲୋକଙ୍କୁ ଦୂରତା ବଜାୟ ରଖିବାକୁ ଅନୁରୋଧ କରିବା ସହିତ ବ୍ୟବସାୟୀଙ୍କୁ ଦରବୃଦ୍ଧି ନକରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 26, 2020, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.