ETV Bharat / state

ବିଶ୍ବ ପର୍ଯ୍ୟଟନ ଦିବସ: ଅବହେଳିତ ବୌଦ୍ଧର ଐତିହ୍ୟ କୀର୍ତ୍ତିରାଜ - boudh tourist place

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳ ରହିଛି । ଏପରିକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନେଇ ବିଭିନ୍ନ ସମୟରେ ବିଜ୍ଞାପନ ଜାରି ହେଉଛି । ହେଲେ ଆଜିବି କେତେକ ସ୍ଥାନରେ ଅବହେଳିତ ତଥା ଧ୍ବଂସ ଆଡକୁ ଗତିକରୁଛି କୀର୍ତ୍ତିରାଜି ଗୁଡିକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 27, 2019, 4:23 PM IST

ବୌଦ୍ଧ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଦିବସ ଉପଲକ୍ଷେ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ ରହିଛି । ଏହି ସ୍ଥାନକୁ ଆସିବା ପାଇଁ ପ୍ରତିଟି ପର୍ଯ୍ୟଟକଙ୍କୁ ଆହ୍ବାନ କରିଛନ୍ତି ନବୀନ ପଟ୍ଟନାୟକ । ହେଲେ ଆଜିବି ରାଜ୍ୟରେ କେତେକ ସ୍ଥାନରେ ଅବହେଳିତ ଭାବେ ପଡିରହିଛି ଐତିହ୍ୟ କୀର୍ତ୍ତିରାଜିମାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆଜିର ଦିନରେ ଆମ ପ୍ରତିନିଧି, ବୌଦ୍ଧ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀମାନ ବୁଲି ଦେଖିଥିଲେ । ବୌଦ୍ଧ ବିହାର, ରାମେଶ୍ବର ମନ୍ଦିର ସମୂହ, ଶ୍ୟାମସୁନ୍ଦରପୁରସ, ପରଗଳପୁର, ଗନ୍ଧରାଡି ଭଳି ପ୍ରମୁଖ ସ୍ଥାନରେ ପହଞ୍ଚି ପର୍ଯ୍ୟଟମାନଙ୍କ ସୁବିଧା ପଚାରି ବୁଝିବା ସହ ପରଖିଥିଲେ । ଯେଉଁଠି ସେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ଦେଖିବାକୁ ପାଇନଥିଲେ ।

ଏପରିକି ହରଭଙ୍ଗା, କଣ୍ଟାମାଳ ବ୍ଲକରେ ଏକାଧିକ ପ୍ରକୃତି ପର୍ଯ୍ୟଟନ ଭରପୁର ରହିଥିଲେ ମଧ୍ୟ ଏଗୁଡିକ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ । ଏସବୁ ସ୍ଥାନରେ ନା କୌଣସି ପାନୀୟ ଜଳର ବ୍ୟବସ୍ଥା ରହିଛି ନା ପର୍ଯ୍ୟଟକଙ୍କ ପାଇଁ ପାନ୍ଥାଶାଳାର ବ୍ୟବସ୍ଥା । ଫଳରେ ଅବହେଳିତ ତଥା ଧ୍ବଂସ ଆଡକୁ ବିଭିନ୍ନ କୀର୍ତ୍ତିରାଜିଗୁଡିକ ମୁହାଁଇଥିବା ଦୃଶ୍ୟମାନ ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ପର୍ଯ୍ୟଟନ ର ବିସ୍ତିର୍ଣ୍ଣ ଭିତ୍ତିଭୂମି ଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଅବହେଳିତ ହୋଇ ପଡି ରହିଥିବା ଦେଖାଯାଇଛି ।
ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଥିବାରୁ ଆମ ଈଟିଭି ଭାରତ ଟିମ ବୌଦ୍ଧ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚି ଏହା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ।ବୌଦ୍ଧ ଜିଲ୍ଲାର ବୌଦ୍ଧ ସହରର ବୌଦ୍ଧ ବିହାର, ରାମେଶ୍ୱର ମନ୍ଦିର ସମୂହ, ଶ୍ୟାମଶୁନ୍ଦରପୁର,ପରଗଳପୁର,ଗନ୍ଧରାଡି ପ୍ରମୁଖ ସ୍ଥାନ ଗୁଡିକରେ ପହଞ୍ଚି ପର୍ଯ୍ୟଟକ ମାନଙ୍କ ପାଇଁ କୌଣସି ସୁବିଧା ଦେଖିବାକୁ ପାଇନଥିଲୁ ।କେବଳ ଏତିକି ନୁହେଁ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଏକାଧିକ ପ୍ରକୃତି ପର୍ଯ୍ୟଟନ ଭରପୁର ରହିଥିଲେ ମଧ୍ୟ ଏଗୁଡିକ ସରକାରଙ୍କ ଆନ୍ତରିକତା ଅଭାବରୁ ବିକାଶ ହୋଇପାରୁ ନାହିଁ ।ଏସବୁ ସ୍ଥାନରେ ନା କୌଣସି ପାନୀୟ ଜଳ ର ବ୍ୟବସ୍ଥା ନା ପର୍ଯ୍ୟଟକଙ୍କ ପାଇଁ କୌଣସି ପାନ୍ଥଶାଳାର ବ୍ୟବସ୍ଥା ରହିଛି ।ଏପଟେ ଅବହେଳିତ ତଥା ଧ୍ବଂସ ଆଡକୁ ବିଭିନ୍ନ କୀର୍ତ୍ତିରାଜି ଗୁଡିକ ମୁହାଇଁଥିବା ଦୃଶ୍ୟମାନ ହୋଇଛି ।

Body:ବିଶ୍ବ ପର୍ଯ୍ୟଟନ ଦିବସରେ ବୌଦ୍ଧ ଜିଲ୍ଲାର ଅବହେଳିତ ପର୍ଯ୍ୟଟନ ।

Conclusion:ବାଇଟ-୧-ଶ୍ରୀବତ୍ସ ପ୍ରଧାନ, ପରଗଳପୁରବାସୀ
ବାଇଟ-୨-ପଙ୍କଜ ଡାଙ୍ଗ, ଗ୍ରାମବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.