ETV Bharat / state

ବିଶ୍ବ ଶ୍ରମିକ ଦିବସ ପାଳିତ, ଶ୍ରମିକଙ୍କ କାମ କରୁଛି ମେସିନ - ପଞ୍ଚାୟତିରାଜ ମନ୍ତ୍ରୀ

ଆଜି ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ । ଅଧିକ ପଢନ୍ତୁ

ବିଶ୍ବ ଶ୍ରମିକ ଦିବସ ପାଳିତ, ଶ୍ରମିକଙ୍କ କାମ କରୁଛି ମେସିନ

author img

By

Published : May 1, 2023, 9:22 PM IST

Updated : May 2, 2023, 6:03 PM IST

ବିଶ୍ବ ଶ୍ରମିକ ଦିବସ ପାଳିତ, ଶ୍ରମିକଙ୍କ କାମ କରୁଛି ମେସିନ

ବୌଦ୍ଧ: ଜିଲ୍ଲାରେ ପାଳିତ ହୋଇଯାଇଛି ଜିଲ୍ଲାସ୍ତରୀୟ ବିଶ୍ବ ଶ୍ରମ ଦିବସ । ଏହି ବିଶେଷ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ଯୋଗଦେଇ ଶ୍ରମଜୀବୀମାନେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି । ସେପଟେ ସରକାର ଶ୍ରମିକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ଜିଲ୍ଲାରେ ମନରେଗା ଯୋଜନା ବାଟ ହୁଡିଥିବା ଅଭିଯୋଗ ହୋଇଛି । ହଜାର ହଜାର ଶ୍ରମିକ ବାହାର ରାଜ୍ୟରେ ଦାଦନ ସାଜୁଥିବା ବେଳେ ଏପଟେ ମେସିନ ଶ୍ରମିକଙ୍କ କାମ କରୁଥିବା ଅଭିଯୋଗ ହୋଇଛି ।

ଆନ୍ତର୍ଜାତିକ ଶ୍ରମିକ ଦିବସରେ ଶ୍ରମଜୀବୀମାନେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମଜୀବୀମାନଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ଅନେକ ସମୟରେ ତାର ସୁଫଳ ଶ୍ରମିକଙ୍କ ନିକଟରେ ପହଞ୍ଚିପାରୁନାହିଁ । ଵିଶେଷ ଭାବରେ ଜିଲ୍ଲାରେ ମନରେଗା ଯୋଜନା ବାଟ ହୁଡିଥିବା ନେଇ ଶ୍ରମିକ ସଂଗଠନମାନେ ଅଭିଯୋଗ କରିଛନ୍ତି । ସରକାର ପଞ୍ଜିକୃତ ଶ୍ରମଜୀବୀମାନଙ୍କ ପାଇଁ ଶିକ୍ଷା ସହାୟତା, ବିବାହ କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ସହିତ ଶ୍ରମିକମାନଙ୍କୁ ବିଭିନ୍ନ ସମୟରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି ।

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଅତିଥିମାନେ ସରକାରୀ ଯୋଜନା ଅନ୍ତର୍ଗତ ସହାୟତା ପ୍ରଦାନ କରିଥିଲେ । ଶ୍ରମଜୀବୀମାନଙ୍କୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଜିଲ୍ଲାର ତିନୋଟି ବ୍ଲକରେ ୫୪ ହଜାରରୁ ଊର୍ଦ୍ଧ୍ବ ପଞ୍ଜିକୃତ ଶ୍ରମିକ ରହିଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ଅନେକ ସମୟରେ ବାହାର ରାଜ୍ୟରେ କାମ ସମୟରେ ମୃତ୍ୟୁବରଣ କରୁଥିବା ଶ୍ରମିକଙ୍କ ପରିବାରକୁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି ।

ଏହା ବି ପଢନ୍ତୁ- ଅନ୍ଧକାର ମଧ୍ୟରେ ବୌଦ୍ଧର ଐତିହାସିକ ଦୁଇ ପ୍ରସିଦ୍ଧ ବୌଦ୍ଧବିହାର, ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ତେବେ ବୌଦ୍ଧ ଜିଲ୍ଲାରେ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନାରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି ମେସିନ । ଜିଲ୍ଲାର ତିନୋଟି ବ୍ଲକର ସମୁଦାୟ ୬୯ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ସମସ୍ୟା ରହିଛି । କେନ୍ଦ୍ର ସରକାର ଶ୍ରମିକଙ୍କୁ ବର୍ଷରେ ଶହେ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟରେ ମନରେଗା ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ମାଟି ମୋରମ କାର୍ଯ୍ୟରେ ଜେସିବି ଓ ଟ୍ରାକ୍ଟର ବ୍ୟବହାର କରାଯାଉଛି । ଫଳରେ ଶ୍ରମଜୀବୀମାନେ ସିଧାସଳଖ ପ୍ରଭାବିତ ହେବା ସହିତ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ।

ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ମନରେଗା କାର୍ଯ୍ୟରେ ହେଉଥିବା ଏଭଳି ଦୁର୍ନୀତିର ପୃଷ୍ଠପୋଷକ ରହିଥିବା ବେଳେ ବ୍ଲକର ଯନ୍ତ୍ରୀ ଓ ବିଡିଓଙ୍କ ଜ୍ଞାତସାରରେ ଚାଲିଛି ଶ୍ରମିକ ଯୋଜନାର ମାରଣ ଦୁର୍ନୀତି । ଜିଲ୍ଲାର କଣ୍ଟାମାଳ ବ୍ଲକ ଏଭଳି ଦୁର୍ନୀତିରେ ସର୍ବାଗ୍ରେ ରହିଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ଶ୍ରମିକ ବାହାର ରାଜ୍ୟରେ ଦାଦନ ସାଜୁଥିବା ଅଭିଯୋଗ ହୋଇଛି । କେବଳ ଧର୍ମକୁ ଆଖି ଠାର ଭଳି ମନରେଗା ଯୋଜନାରେ ମଷ୍ଟର ରୋଲ, ଜବକାର୍ଡ, ଭୂତ ଶ୍ରମିକ ଭଳି ଅନେକ ଘୋଟାଲା ମଧ୍ୟରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି ଦୁର୍ନୀତି ନିତି ହୋଇ ଯାଇଛି । ଏନେଇ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : May 2, 2023, 6:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.