ETV Bharat / state

ଷ୍ଚୋନ କ୍ରସର ଓ ଫାଇନାନ୍ସ କମ୍ପାନୀ ବିରୋଧରେ ଅସନ୍ତୋଷ, ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ମହିଳା

author img

By

Published : Jul 4, 2021, 11:00 PM IST

ବୌଦ୍ଧ ଜିଲ୍ଲାରେ ମହିଳାଙ୍କ ଗର୍ଜନ । ଷ୍ଟୋନ କ୍ରସର ସହ ଫାଇନାନ୍ସ କମ୍ପାନୀ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ । ଅଧିକ ପଢନ୍ତୁ....

ଷ୍ଚୋନ କ୍ରସର ଓ ଫାଇନାନ୍ସ କମ୍ପାନୀ ବିରୋଧରେ ଅସନ୍ତୋଷ , ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ମହିଳା

ବୌଦ୍ଧ:ଜିଲ୍ଲାର ଦୁଇଟି ସ୍ଥାନରେ ମହିଳାଙ୍କ ଗର୍ଜନ ଦେଖିବାକୁ ମିଳିଛି । ଗୋଟିଏ ପଞ୍ଚାୟତରେ ମହିଳାମାନେ ଏକତ୍ରିତ ହୋଇ ଷ୍ଟୋନ କ୍ରସର ବିରୋଧରେ ବିଶାଳ ରାଲିରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଅନ୍ୟ ଠାରେ ପଞ୍ଚାୟତର ମହିଳାମାନେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି ।

ସମ୍ପୂର୍ଣ୍ଣ ଘଟଣା ଅନୁସାରେ, ବୌଦ୍ଧ ଜିଲ୍ଲାର ଖରଭୂଇଁ ଓ ସାମ୍ପୋଚ ଠାରେ ମହିଳାମାନେ ଆନ୍ଦୋଳନ ମୁହାଁ ହୋଇଛନ୍ତି । ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଓ ବାଇଶପଡା ଅଞ୍ଚଳରେ ଚାରି ଗୋଟି ଷ୍ଟୋନ କ୍ରସର ରହିଛି । କିନ୍ତୁ ପରିବେଶ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ଅଭିଯୋଗ କରି ଅଞ୍ଚଳର ମହିଳା ଗୋଷ୍ଠୀ ସପ୍ତାହେ ପୂର୍ବରୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ରବିବାର ଏହି ଆନ୍ଦୋଳନ ରାଜରାସ୍ତାକୁ ବ୍ୟାପିଥିଲା । ଛତରଙ୍ଗ ପଞ୍ଚାୟତର ସମସ୍ତ ଓ୍ବାର୍ଡର ମହିଳାମାନେ ରବିବାର କଙ୍କଡା ପଥର ଶିବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କ୍ରସର କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଅନ୍ୟ ଏକ ଘଟଣାଅନୁସାରେ ସାମ୍ପୋଚ ଠାରେ ପଞ୍ଚାୟତର ମହିଳାମାନେ ଏକତ୍ରିତ ହୋଇ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଦୌରାତ୍ମ୍ୟ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହୋଇଥିଲେ । ଲକଡାଉନ ସମୟରେ ଜୀବନ ଜୀବିକା ପ୍ରଭାବିତ ହେଉଥିବା ବେଳେ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ବକେୟା କିସ୍ତି ପାଇଁ ମହିଳାମାନଙ୍କୁ ବେଇଜତ କରି ଅର୍ଥ ଅସୁଲ କରୁଥିବା ଅଭିଯୋଗ କରି ମହିଳାମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.