ETV Bharat / state

ଅନଲାଇନରେ ଉପଲବ୍ଧ ମହିଳାଙ୍କ ହାତ ତିଆରି ଜଙ୍ଗଲଜାତ ସାମଗ୍ରୀ - ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା

ମହିଳାଙ୍କୁ ସ୍ବାବଲମ୍ବୀ କରାଇଛି ଜଙ୍ଗଲଜାତ ସାମଗ୍ରୀ । ବନକାରିଗରୀ ଡଟ କମ ଏବଂ ଆମାଜନରେ ମଧ୍ୟ ଉପଲବ୍ଧ ରହିଛି । ଅଧିକ ପଢନ୍ତୁ

women became self sufficient
women became self sufficient
author img

By

Published : Feb 18, 2023, 11:25 AM IST

women became self sufficient

ବୌଦ୍ଧ: ଏବେ ଘରର ଚାରି କୋଣରେ ନୁହଁ ବରଂ ଘର ବାହାରକୁ ଆସି ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା। ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇବାକୁ ସକ୍ଷମ ହୋଇଛନ୍ତି ଆଜିର ମହିଳା । ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ବହୁ ଯୋଜନା କରାଯାଇଛି । ଏଥିରେ ସାମିଲ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ରାଜ୍ୟର ଅନେକ ମହିଳା । ବୌଦ୍ଧ ଜିଲ୍ଲାରେ ଜଙ୍ଗଲଜାତ ପଦାର୍ଥ ସହିତ ବିଭିନ୍ନ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବର୍ତ୍ତମାନ ମହିଳା ଗୋଷ୍ଠୀ ବେଶ ଚର୍ଚ୍ଚାରେ ରହିଛନ୍ତି । ଜିଲ୍ଲାର ବହୁ ଜଙ୍ଗଲ ଜାତୀୟ ଦ୍ରବ୍ୟ ଏବେ ବନକାରିଗରୀ ଡଟ କମ ଏବଂ ଆମାଜନରେ ମଧ୍ୟ ଉପଲବ୍ଧ ରହିଛି । ଅନଲାଇନ ପ୍ଲାଟଫର୍ମ ଯୋଗୁଁ ଏବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଛି ଜଙ୍ଗଲଜାତ ସାମଗ୍ରୀ ।

ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳର ମହିଳା ଗୋଷ୍ଠୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅନେକ ଦୁର୍ଗମ ଅଞ୍ଚଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ମହିଳାଙ୍କ ପାଇଁ ବେଶ ଲାଭଦାୟକ ହୋଇପାରିଛି । କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତରେ ମହିଳା ଗୋଷ୍ଠୀର ସଦସ୍ୟମାନେ ଧାନକ୍ରୟ ଭଳି ପନ୍ଥା ଅବଲମ୍ବନ କରି ସ୍ବାବଲମ୍ବୀ ହୋଇ ପାରିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାୟୋଫ୍ଲକ୍ସ ଟାଙ୍କିରେ ମାଛଚାଷ,ପନିପରିବା ଚାଷ, ବଡି,ଆଚାର, ପାମ୍ପଡ ଭଳି ସାମଗ୍ରୀ ପ୍ରସ୍ତୁତ କରି ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରିପାରିଛନ୍ତି । ଏଥିପାଇଁ ମହିଳା ଗୋଷ୍ଠୀକୁ ଜିଲ୍ଲା ପ୍ରଶାସନ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସହାୟତା ଯୋଗାଇ ଆସୁଛି ।

ସେହିପରି ବର୍ତ୍ତମାନ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ମହିଳା ଗୋଷ୍ଠୀଙ୍କୁ ସହାୟତା ଯୋଗାଇ ଦେଉଛି । ଫଳରେ ଦୁର୍ଗମ ଅଞ୍ଚଳର ମହିଳା ଗୋଷ୍ଠୀ ଖଲି ଦନା ଠାରୁ ନେଇ ଜଙ୍ଗଲ ଜାତ ପଦାର୍ଥ ସଂଗ୍ରହ କରି ବିକ୍ରି କରିପାରୁଛନ୍ତି । ବିଶେଷ ଭାବରେ ଲାଖ, ମହୁ,ପାଳୁଅ,ଝୁଣା ଭଳି ସାମଗ୍ରୀ ଜଙ୍ଗଲରୁ ସଂଗ୍ରହ ସହିତ କୋଳଥ, ମାଣ୍ଡିଆ,ବୁଟ, ଚଇତି ମୁଗ, ଖରାଣ୍ଟି, ଝୁଡୁଙ୍ଗ ଭଳି ବିଭିନ୍ନ ରବିଜାତୀୟ ଫସଲ ଅମଳ ପରେ ପ୍ୟାକେଟ କରି ବିକ୍ରି କରିପାରୁଛନ୍ତି । ଏହାଛଡା କେତେକ ସ୍ଥାନରେ ମହିଳାମାନେ ଧୂପକାଠି,ପାମ୍ପଡ, ବିଭିନ୍ନ ଧାତୁରୁ ପ୍ରସ୍ତୁତ ସାମଗ୍ରୀ ପ୍ରସ୍ତୁତ କରି ଭଲ ଦରରେ ବିକ୍ରି କରିପାରୁଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୌଦ୍ଧ ହେଉଛି ଓଡ଼ିଶାର ପ୍ରଥମ ଜିଲ୍ଲା ଯେଉଁଠି ଏଭଳି ସାମଗ୍ରୀ ଗୁଡିକୁ ବନକାରିଗରୀ ଡଟ କମ ଓ ଆମାଜନ ଭଳି ସଂସ୍ଥା ମାଧ୍ୟମରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିଛି । ଏନେଇ ବୌଦ୍ଧ ବନଖଣ୍ଡର ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ସମସ୍ତ ସହାୟତା ମହିଳା ଗୋଷ୍ଠୀକୁ ଯୋଗାଇ ଦିଆଯାଇଥିବା ବେଳେ ବିଭିନ୍ନ ମହିଳା ଗୋଷ୍ଠୀ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.