ETV Bharat / state

ରୋଜଗାର ଦେଲା ବାୟୋଫ୍ଲେକ୍ସ, ମାଛଚାଷ କରି ଚର୍ଚ୍ଚାରେ ମହିଳା ଗୋଷ୍ଠୀ - ବାୟୋଫ୍ଲେକ୍ସ ମାଧ୍ୟମରେ ମାଛ ଚାଷ କରି ସଫଳ

ନୂତନ ପ୍ରଣାଳୀରେ ମାଛଚାଷ ଦେଇଛି ପରିଚୟ । ବୌଦ୍ଧ ଜିଲ୍ଲା ର୍ଷୁଣ୍ଡି ପଞ୍ଚାୟତର କଣ୍ଟୁଆଣୀ ଗ୍ରାମରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାୟୋଫ୍ଲେକ୍ସ ମାଧ୍ୟମରେ ମାଛ ଚାଷ କରି ସଫଳ ହୋଇଛନ୍ତି । ଅଧିକ ପଢ଼ନ୍ତୁ

biofloc fish farming in boudh
ରୋଜଗାର ଦେଲା ବାୟୋଫ୍ଲେକ୍ସ, ମାଛଚାଷ କରି ଚର୍ଚ୍ଚାରେ ମହିଳା ଗୋଷ୍ଠୀ
author img

By

Published : Sep 16, 2022, 2:27 PM IST

ବୌଦ୍ଧ: ମାଛଚାଷ ବଦଳାଇ ଦେଇଛି ମହିଳାଙ୍କ ଜୀବନ ଶୈଳୀ । ଆଧୁନିକ କୌଶଳ ଓ ପଦ୍ଧତି ଅନୁସରଣ କରି ଆତ୍ମନିର୍ଭରଳଶୀଳ ହୋଇପାରିଛନ୍ତି ମହିଳା । ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁର୍ଷୁଣ୍ଡି ପଞ୍ଚାୟତର କଣ୍ଟୁଆଣୀ ଗ୍ରାମର ତିନୋଟି ସ୍ବୟଂ ସହାୟକ ମହିଳା ଗୋଷ୍ଠୀର ତିରିଶ ଜଣ ସଦସ୍ୟ ଏକାଠି ହୋଇ ବାୟୋଫ୍ଲେକ୍ସ ମାଧ୍ୟମରେ ମାଛ ଚାଷ କରି ସଫଳ ହୋଇଛନ୍ତି । ମାଛଚାଷ ସହିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କରି ଏବେ ବେଶ ଚର୍ଚ୍ଚାରେ ଏହି ମହିଳା ଗୋଷ୍ଠୀ ।

ରୋଜଗାର ଦେଲା ବାୟୋଫ୍ଲେକ୍ସ

କୋରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିଥିବାବେଳେ, ବର୍ତ୍ତମାନ ଏହି ମହିଳାମାନଙ୍କ କ୍ଷେତ୍ରରେ ଆସିଛି ପରିବର୍ତ୍ତନ । ସରକାରଙ୍କ ମିଶନ ଶକ୍ତି ଏବଂ ଓଏଲଏମ ସହାୟତାରେ ପ୍ରାୟ ସାଢେ ତିନି ଲକ୍ଷ ଟଙ୍କାର ଆର୍ଥିକ ସହାୟତାରେ ମହିଳା ଗୋଷ୍ଠୀ ମାଛଚାଷ ଆରମ୍ଭ କରିଛନ୍ତି । ୬ଟି ବାୟୋଫ୍ଲେକ୍ସ ଟାଙ୍କିରେ ତିନି ପ୍ରକାରର ମାଛ ଜାଆଁଳା ଛଡାଯାଇଥିଲା । ବର୍ତ୍ତମାନ ମାଛ ଗୁଡିକ ପ୍ରାୟ ୫୦୦ ଗ୍ରାମ ଓଜନର ହୋଇଗଲେଣି ।

ଆଉ ଅଳ୍ପ ଦିନ ପରେ ଏହି ମାଛ ଗୁଡିକ ବିକ୍ରି ଯୋଗ୍ୟ ହୋଇଯିବ । ତେଣୁ ମହିଳାମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏନେଇ ମିଶନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା କହିଛନ୍ତି, "ଦୁଇ ବର୍ଷ କୋରୋନା ମଧ୍ୟରେ ଜୀବିକା ହରାଇ ମହିଳାମାନେ ଘରେ ବସିଥିଲେ । ୩ଟି ଏସଏଚଜି ଗ୍ରୁପର ମହିଳାମାନେ ଏକାଠି ହୋଇ ଏହି ଚାଷକୁ ଆପଣାଇଥିଲୁ । ୬ ମାସ ହେବ ଚାଷ କରୁଛନ୍ତି । ୧୦୦୦ ଟାଙ୍କି ହିସାବରେ ୬ଟି ଟାଙ୍କିରେ ୬ହଜାର ମାଛ ରହିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ବିହାରର ଯୁବକ ସୁରଟରେ ନିଖୋଜ, ୧୦ ବର୍ଷ ପରେ ବୌଦ୍ଧରୁ ଉଦ୍ଧାର

ଏହି ଚାଷକୁ ଆଗକୁ ବଢ଼ାଇବା ପାଇଁ ଆହୁରି କାର୍ଯ୍ୟ କରିବେ ବୋଲି ମହିଳାମାନେ କହିଛନ୍ତି । ନିଜେ ରୋଜଗାରକ୍ଷମ ହେବାସହ ପରିବାର ଚଳାଇବାରେ ସକ୍ଷମ ହୋଇପାରିଛନ୍ତି ମହିଳା । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଏଲ ଏମ ପକ୍ଷରୁ ବାୟୋଫ୍ଲେକ୍ସ ଟାଙ୍କି ସହିତ ଇନଭଟର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ସେପଟେ ମହିଳା ମାନେ ମାଛଚାଷ ସହିତ କଣ୍ଟୁଆଣୀ ଗ୍ରାମକୁ ସ୍ବଚ୍ଛ ଓ ବାଲ୍ୟବିବାହ ମୁକ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଏଥିସହିତ କଣ୍ଟୁଆଣୀ ଗ୍ରାମରେ ପ୍ରଥମ ଥର ପାଇଁ ବିଶୁଦ୍ଧ ଜଳ ସଂଗ୍ରହ ପାଇଁ ନଳକୂପରେ ଫିଲଟର ସିଷ୍ଟମର ଆରମ୍ଭ ହୋଇଛି । ନଳକୂପର ଖାର ତଥା ଅଶୁଦ୍ଧ ପାଣି ଏବେ ପାନୀୟ ଯୋଗ୍ୟ ହୋଇଥିବାରୁ ଗ୍ରାମରେ ଜଳ କଷ୍ଟ ଅନେକାଂଶରେ ଦୂରୀକରଣ ହୋଇପାରିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.